ଭାରତରୁ ଶିଖିଲେ ଚା’ ବନାଇବାର କୌଶଳ ! ଆମେରିକାରେ ଚା’ ବିକ୍ରି କରି ରୋଜଗାର କଲେ ୨୦୦ କୋଟି ।

109

ଚା’ ବ୍ୟବସାୟକୁ ଆମେ ସାଧାରଣତଃ ଛୋଟ ବ୍ୟବସାୟ ରୂପେ ଦେଖିଥାଉ । କିନ୍ତୁ ଭାରତର ଅଧିକାଂଶ ଲୋକ ଚା’ ପିଇବା ପାଇଁ ପସନ୍ଦ କରିଥାଆନ୍ତି। ରାସ୍ତା ପାର୍ଶ୍ୱରେ ହେଉ କି କଲେଜ କି ଅଫିସ ସାମ୍ନାରେ ପ୍ରତ୍ୟେକ ସ୍ଥାନରେ ଛୋଟବଡ଼ ଚା’ ଦୋକାନ ଭାରତରେ ଦେଖିବାକୁ ମିଳିଥାଏ। ଭାରତରେ ରାସ୍ତା କଡ଼ରେ ଚା’ ବିକି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଥିବାର ଘଟଣା ତ ଆପଣମାନେ ଶୁଣିଥିବେ। କିନ୍ତୁ କେବେ ଶୁଣିଛନ୍ତି କେହି ଜଣେ ବିଦେଶୀ ଚା’ ବିକ୍ରି କରି କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଛନ୍ତି। ଏମିତି ଏକ ଘଟଣା ଆମେରିକାରେ ଦେଖିବାକୁ ମିଳିଛି। ଆମେରିକାର ବ୍ରୁକ୍ ଏଡି ଚା’ ବ୍ୟବସାୟ କରି ୨୦୦କୋଟିର ମାଲିକାଣୀ ସାଜିଛନ୍ତି।

ଏଡିଙ୍କୁ ଚା’ ବନାଇବାର ଆଇଡିଆ ଭାରତରୁ ମିଳିଥିଲା। ସେ ୨୦୦୨ ମସିହାରେ ଭାରତ ଆସି ଉତ୍ତର ଭାରତର ଗ୍ରାମଗୁଡ଼ିକ ଭ୍ରମଣ କରି ଦେଖିଥିଲେ। ଏହି ସମୟରେ ଚା’ ବ୍ୟବସାୟ କରିବାର ଚିନ୍ତାଧାରା ତାଙ୍କ ମନକୁ ଆସିଥିଲା। ସେ ଯେତେବେଳେ ଭାରତରୁ ନିଜ ଘର କୋଲୋରାଡୋକୁ ଫେରିଥିଲେ ସେଠାରେ ତାଙ୍କୁ ଭାରତ ଭଳି ଚା’ର ସ୍ୱାଦ ମିଳି ନଥିଲା । ୨୦୦୭ରେ ଭକ୍ତି ଚା’ ନାମରେ ସେ ଏକ ଚା’ ବ୍ୟବସାୟ ଆରମ୍ଭ କରିଥିଲେ। ଏହିଠାରୁ ଏଡିଙ୍କ ନୂଆ ଯାତ୍ରା ଆରମ୍ଭ ହୋଇଥିଲା। କିଛିଦିନ ପରେ ଆମେରିକା ଲୋକଙ୍କୁ ଭକ୍ତି ଚା’ ବହୁତ ପସନ୍ଦ ଆସିଯାଇଥିଲା। ଏହି ଚା’ବ୍ୟବସାୟ କରି ଏଡି ୨୦୦କୋଟିର ସମ୍ପତ୍ତି ଏକାଠି କରିଥିଲେ।