ଭୁବନେଶ୍ୱର କାନ୍ଥରେ ନିଜ ଫଟୋ ଦେଖିଲେ ବ୍ରିଟେନ ହକି ଖେଳାଳୀ ସାମାନ୍ଥା ! ଆଖିରୁ ଝରିଲା ଲୁହ, ଟ୍ୱିଟ୍ କରି ଜାହିର କଲେ ଖୁସି ।

1,372

କନକ ବ୍ୟୁରୋ : ଭୁବନେଶ୍ୱର କାନ୍ଥରେ ନିଜର ଫଟୋ ଦେଖି କାନ୍ଦି ପକାଇଲେ ବ୍ରିଟେନ ହକି ଖେଳାଳି । ପୁରୁଷ ହକି ବିଶ୍ୱକପ ପାଇଁ ରାଜଧାନୀ ସଜେଇ ହୋଇଥିବା ବେଳେ ଏଠାରେ ନିଜ ଫଟୋ ଦେଖି ଭାବବିହ୍ୱଳ ହୋଇପଡିଥିଲେ ବ୍ରିଟେନର ହକି ଖେଳାଳି ସାମାନ୍ଥା କ୍ୱେକ୍ । ଭୁବନେଶ୍ୱରରେ ଟାକ୍ସିରେ ଯାତ୍ରା କରୁଥିବା ବେଳେ ଏକ କାନ୍ଥରେ ନିଜ ପେଂଟି ଦେଖି ଆତ୍ମବିଭୋର ହୋଇଯାଇଥିଲେ ଏବଂ ତାଙ୍କ ଆଖିରୁ ଆନନ୍ଦର ଲୁହ ବାହାରି ଆସିଥିଲା ।

ଏହାକୁ ସେ ଟ୍ୱିଟ କରି ଶେୟାର କରିଛନ୍ତି । ତାଙ୍କ ଏହି ଟ୍ୱିଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ୩୦ବର୍ଷୀୟ ସାମାନ୍ଥା ୨୦୧୬ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସେ ଇଂଲଣ୍ଡ ଦଳ ତରଫରୁ ପ୍ରତିନିଧିତ୍ୱ କରି ୨୦୧୫ ୟୁରୋପିୟନ ଚମ୍ପିଆନସିପ ଓ ୨୦୧୩ରେ ରୌପ୍ୟ ପଦକ ହାସଲ କରିଥିଲେ । ସେହିପରି ୨୦୧୪ରାଜ୍ୟ ଗୋଷ୍ଠୀ କ୍ରୀଡାରେ ସେ ରୌପ୍ୟ ପଦକ ଜିତିଛନ୍ତି । ହକି ବିଶ୍ୱକପର ସିଧା ପ୍ରସାରଣ ପାଇଁ ଏକ ଅଫିସିଆଲ ବ୍ରଡକାଷ୍ଟ ଚ୍ୟାନେଲରେ ନିଯୁକ୍ତି ପାଇଛନ୍ତି । ଏଥିପାଇଁ ସେ ଏବେ ଭୁବନେଶ୍ୱରରେ ଅଛନ୍ତି ।