ବିଲେଇଙ୍କ ପାଇଁ ସରକାରୀ ଚାକିରି ! ଦେଖନ୍ତୁ ଏକ ନିଆରା ଦେଶର କାହାଣୀ

34

ଯେଉଁଠି ଡିଗ୍ରୀ ଥାଇ ମଧ୍ୟ ଲୋକ ବେରୋଜଗାର ହୋଇ ବୁଲୁଛନ୍ତି ସେଠି ଏମିତି ଏକ ସ୍ଥାନ ଅଛି ଯେଉଁଠି ବିଲେଇମାନଙ୍କୁ ମିଳୁଛି ସରକାରୀ ଚାକିରି । ତାହା ବି କୌଣସି ସାଧାରଣ ସରକାରୀ ଚାକିରି ନୁହେଁ ବରଂ କ୍ୟାବିନେଟ୍ କର୍ଯ୍ୟାଳୟରେ ।

ସୂଚନା ଅନୁସାରେ , ମୂଷା ମାନଙ୍କ ଉପଦ୍ରବରେ ଚିନ୍ତିତ ଥିବା ବ୍ରିଟିଶ୍ ସରକାର ଏହି ଅଭିନବ ଉପାୟ ବାହାର କରିଛନ୍ତି । କ୍ୟାବିନେଟରୁ ମୂଷାଙ୍କୁ ବାହାର କରିବା ପାଇଁ ବିଧିବଦ୍ଧ ଭାବରେ ବିଲେଇଙ୍କୁ ନିଯୁକ୍ତ କରିଛନ୍ତି । ଏହା ମଧ୍ୟରେ ବ୍ରିଟିଶ୍ ସରକାର ‘ଇବି’ ଓ ‘ଓସୀ’ ନାଁରେ ଦୁଇଟି ବିଲେଇଙ୍କୁ ନିଯୁକ୍ତି ଦେଇ ସାରିଛନ୍ତି ।

ତେବେ ଏହି ବିଲେଇ ମାନଙ୍କ ଏପରି ନାଁ ରଖିବା ପଛର କାରଣ ମଧ୍ୟ ଖୁବ୍ ମଜାଦାର । ଲୋକସେବାର ପ୍ରଥମ ମହିଳା ସ୍ଥାୟୀ ସଚିବ ଡେମ୍ ଇବଲିନ୍ ଶାର୍ପଙ୍କ ନାଁ ଅନୁସାରେ ‘ଇବି’ ର ନାଁ ରହିଥିବା ବେଳେ ଶୀର୍ଷ ସିବିଲ୍ ସର୍ବେଟ୍ ଇସିବି ଅସ୍ମୋଦର୍ଲୀଙ୍କ ଅନୁସାରେ ‘ଓସୀ’ର ନାଁ ରଖାଯାଇଛି ।