ଛାତ୍ରଙ୍କ କମାଲ । ୧୫ ବର୍ଷରେ ଇଂଜିନିୟର । ଖୁବଶୀଘ୍ର କରିବେ ପିଏଚଡି ।

59

ଲକ୍ଷ୍ୟ ଯେତେ ଅପହଂଚ ହେଲେ ବି ନିଷ୍ଠା ଆଗରେ ହାରମାନିଥାଏ । କଠିନ ପରିଶ୍ରମ ଦ୍ୱାରା ହିଁ ସଫଳତାକୁ ଛୁଇଁ ହୁଏ । ଆଉ ଏଥିରେ ବୟସର କିଛି ମାନେ ନଥାଏ । ଯେକୌଣସି ବୟସରେ ବି ଲକ୍ଷ୍ୟକୁ ହାସଲ କରିହୁଏ । ଏକଥା ପ୍ରମାଣିତ କରିଛନ୍ତି ଗୁଜରାଟର ନିର୍ଭୟ । ଚାରି ବର୍ଷର ଇଂଜିନିୟରିଂ ଡିଗ୍ରୀ ଗୋଟିଏ ବର୍ଷରେ ଶେଷ କଲେ ନିର୍ଭୟ ଥାକରେ । ଗୁଜରାଟ ଟେକ୍ନିକାଲ ୟୁନିଭରସିଟି ରେଗୁଲାର ଛାତ୍ରଛାତ୍ରୀଙ୍କ ସହ ଜଣେ ୧୫ ବର୍ଷର ଛାତ୍ର, ନିର୍ଭୟକୁ ଇଂଜିନିୟରିଂ ଡିଗ୍ରୀ ପ୍ରଦାନ କରିଛି । ସେ କେବଳ ଗୋଟିଏ ବର୍ଷରେ ବି.ଟେକ ଡିଗ୍ରୀକୁ ହାସଲ କରି ସମସ୍ତଙ୍କୁ ଚକିତ କରାଇପାରିଛନ୍ତି ।

୧୫ ବର୍ଷ ବୟସରେ ଜଣକୁ ବି.ଟେକ ଡିଗ୍ରୀ ପ୍ରଦାନ କରିବା ଜିଟିୟୁ ଇତିହାସରେ ପ୍ରଥମ । ନିର୍ଭୟ ସାଲ ଇନିଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଆଣ୍ଡ ଇଂଜିନିୟରିଂ ରିସର୍ଚ୍ଚ ଅନୁଷ୍ଠାନରି ଇଲେକ୍ଟ୍ରିକାଲରେ ଇଂଜିନିୟରିଂ ଶେଷ କରିଛନ୍ତି । ସେ ଡିଗ୍ରୀରେ ୮.୨୩ ସିଜିପିଏ ମାର୍କ ରଖି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଗୋଟିଏ ବର୍ଷରେ ସେ କିପରି ୪ବର୍ଷର କୋର୍ସ ଶେଷ କଲେ ସେ ବିଷୟରେ କହିଛନ୍ତି ନିର୍ଭୟ । ପ୍ରତି ୪୦ ରୁ ୫୦ ଦିନ ଭିତରେ ଥାଏ ଗୋଟିଏ ସେମିଷ୍ଟାର ପରୀକ୍ଷା । ଯେଉଁଥିପାଇଁ ତାଙ୍କୁ ଦୈନିକ ୬ ଘଂଟା ପଢୁଥିଲେ । ୨୦୧୬ରେ ସେ ବି.ଟେକରେ ତାଙ୍କ ନାଁ ଲେଖାଇଥିଲେ । ଆଉ ୨୦୧୭ ନଭେମ୍ବରରେ ବିଟେକ ପାଶ କରିଛନ୍ତି । ଏବେ ତାଙ୍କୁ କିଛି ଆଇଆଇଟି ସଂସ୍ଥା ପିଏଚଡି ଡିଗ୍ରୀ ପ୍ରଦାନ ପାଇଁ ଅନୁମତି ଦେଇଛନ୍ତି ।

ଆଉ ଏହି ସପଳତା ପାଇଁ ନିର୍ଭୟ ଗୁଜରାଟ ସରକାରଙ୍କ ମାନବ ସମ୍ବଳ ବିଭାଗ, ଏଆଇସିଟିଇ ଓ ଜିଟିୟୁକୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ମତେ ଏହି ସଂସ୍ଥାମାନେ ଅନୁମତି ପ୍ରଦାନ କରିବାରୁ ମୁଁ ଏତେ କମ ବୟସରେ ବି.ଟେକ ଡିଗ୍ରୀ ହାସଲ କରିପାରିଛନ୍ତି । ସେ ବର୍ତମାନ ପିଏଚଡି ଡିଗ୍ରୀ ହାସଲ ପାଇଁ ଲକ୍ଷ୍ୟ ରଖିଛନ୍ତି । ନିର୍ଭୟ ବର୍ତମାନ ଆଇଆଇଟି, ଗାନ୍ଧୀନଗରରେ ଏକ ପ୍ରୋଜେକ୍ଟ ପାଇଁ କାମ କରୁଛନ୍ତି ।

ସୌଜନ୍ୟ: ଆଜତକ