ଅସ୍ତରଙ୍ଗରେ ବନ୍ୟାରୁ ବନ୍ଧକୁ ରକ୍ଷା କରିବାପାଇଁ ଚାଲିଛି ନୂତନ ବନ୍ଧ ନିର୍ମାଣ

39

କନକ ବ୍ୟୁରୋ : ବନ୍ୟାରୁ ବନ୍ଧକୁ ରକ୍ଷା କରିବାପାଇଁ ଏବେ ଚାଲିଛି ନୂତନ ବନ୍ଧ ନିର୍ମାଣ । ଏହି ବନ୍ଧ ନିର୍ମାଣ ପାଇଁ ପର୍ଯ୍ୟାପ୍ତ ପରିମାଣର ମାଟି ଆବଶ୍ୟକ ପଡୁଛି । କିନ୍ତୁ ଏହି ମାଟି ବେଆଇନଭାବେ ଚାଷୀଙ୍କ ଜମିରୁ ବ୍ୟବହାର କରାଯାଉଥିବାର ଚାଷୀମାନେ ଅଭିଯୋଗ କରିଛନ୍ତି । ଅସ୍ତରଙ୍ଗ ବ୍ଲକର ପ୍ରାଚୀ-କାଦୁଆ ନଦୀ ବନ୍ଧ କାମରେ ଏଭଳି କାମ ଚାଲୁଥିବାର ନଜରକୁ ଆସିଛି ।