ଭୁବନେଶ୍ୱର : ଭୁଶୁଡ଼ିଲା ବମିଖାଲ୍ ନିର୍ମାଣାଧୀନ ଓଭରବ୍ରିଜ୍, ଜଣେ ମୃତ ଓ ଏକାଧିକ ଆହତ ସୂଚନା

57

bridge collapsedକନକ ବ୍ୟୁରୋ : ଭୁଶୁଡି ପଡିଲା ନିର୍ମାଣାଧୀନ ଓଭରବ୍ରିଜ୍ । ବମିଖାଲଠାରେ ଭୁଶୁଡି ପଡିଛି ନିର୍ମାଣାଧୀନ ବ୍ରିଜ୍ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ବ୍ରିଜ୍ ତଳେ ଏକାଧିକ ଚାପି ହୋଇଥିବା ଅନୁମାନ କରାଯାଉଛି । ଆହତଙ୍କ ସଂଖ୍ୟା ଏଯାଏଁ ସ୍ପଷ୍ଟ ହୋଇନାହିଁ । କିଛି ଆହତଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୁଲିସ୍ ଏବଂ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହା ସହ ଉଦ୍ଧାର ପାଇଁ ନିଆଯାଇଛି ସନ୍ଧାନୀ କୁକୁରର ସାହାଯ୍ୟ । ନିମ୍ନମାନର କାମ ଯୋଗୁଁ ବ୍ରିଜ୍ ଭୁଶୁଡିଥିବା ଅନୁମାନ କରାଯାଉଛି  ।

WhatsApp Image 2017-09-10 at 1.28.43 PM– ଆହତଙ୍କ ମଧ୍ୟରେ ଛୋଟ ଶିଶୁ କନ୍ୟା ଥିବା ସୂଚନା ମିଳିଛି ।

– ଘଟଣାସ୍ଥଳକୁ ଯାଇଛନ୍ତି ପୂର୍ତ୍ତବିଭାଗର ୨ଜଣ ଇଞ୍ଜିନିୟର୍ ।

– ଉଦ୍ଧାର କାର୍ଯ୍ୟ ପାଇଁ ଏକାଧିକ କ୍ରେନର ବ୍ୟବସ୍ଥା କରାଯାଇଛି ।

– ଶ୍ରମିକ କାମ କରୁଥିବା ବେଳେ ଭୁଶୁଡି ପଡିଲା ବ୍ରିଜ୍  ।

– ପ୍ରାୟ ୩୦ଫୁଟ ଉଚ୍ଚରେ କାମ କରୁଥିବା ଶ୍ରମିକ ତଳକୁ ଖସିପଡି ଆହତ ।

WhatsApp Image 2017-09-10 at 2.21.45 PM– ଘଟଣାସ୍ଥଳରେ ପହଂଚିଲେ ବରିଷ୍ଠ ପୁଲିସ୍ ଅଧିକାରୀ  ।

– ବ୍ରିଜ୍ ତଳୁ ୪ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି  ।

– ଉଦ୍ଧାର ପାଇଁ ନିଆଯାଇଛି ସନ୍ଧାନୀ କୁକୁରର ସାହାଯ୍ୟ ।

– ଜଣେ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି  ।

– ସେଣ୍ଟ୍ରଂରେ ତୃଟି ଯୋଗୁଁ ଓଭରବ୍ରିଜ୍ ଭୁଶୁଡି ପଡିଛି : ସ୍ୱୀକାର କଲେ କଂଟ୍ରାକ୍ଟର

– ମୃତକ ଜଣକ ହେଉଛନ୍ତି ଝାରପଡାର ସତ୍ୟବ୍ରତ ପଟ୍ଟନାୟକ ।

– ଆହତ ଶିଶୁ କନ୍ୟାକୁ ଏମ୍ସ ସ୍ଥାନାନ୍ତର କରାଯାଇଛି  ।

– କ୍ୟାପିଟାଲ୍ ହସ୍ପିଟାଲରେ ୧୦ ଆହତଙ୍କ ଚିକିତ୍ସା ଚାଲିଛି ।

– ୧୦ ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ।

– ଘଟଣାସ୍ଥଳକୁ ଆସୁଛନ୍ତି ଏନଡିଆରଏଫର ଦୁଇଟି ଟିମ୍ ।

– ଓଭରବ୍ରିଜ୍ ନିର୍ମାଣର ଟେଣ୍ଡର ନେଇଥିଲା ପଣ୍ଡା ଇନଫ୍ରାଷ୍ଟ୍ରକ୍ଚର୍ ।

– ଘଟଣା ତଦନ୍ତ ହେବ ବୋଲି ସୂଚନା ଦେଲେ ପୂର୍ତ୍ତ ବିଭାଗ ସଚିବ ନଳିନୀକାନ୍ତ ପ୍ରଧାନ ।

– ଅସନ୍ତାକାଲି ଦୁଇଟି ଟିମ୍ ଆସି ତଦନ୍ତ କରିବେ