ଭୁଶୁଡିଲା ଚାନ୍ଦବାଲିର ଷାଠିବାଙ୍କୁଡା ନଦୀ ବନ୍ଧ ! ଦୁଇ ଦିନ ପୂର୍ବେ ବନ୍ଧରେ ହୋଇଥିଲା ୪ ଶହ ଫୁଟର ଘାଇ

38

କନକ ବ୍ୟୁରୋ: ଭଦ୍ରକ ଚାନ୍ଦବାଲି ଓଳଗ ପଂଚାୟତରେ ଷାଠିବାଙ୍କୁଡା ନଦୀ ବନ୍ଧ ଭୁଶୁଡି ପଡିଛି । ପ୍ରବଳ ବର୍ଷା ଯୋଗୁଁ ନଦୀ ବନ୍ଧ ଭୁଶୁଡି ପଡିଛି । ଫଳରେ ସ୍ଥାନୀୟ ଅଂଚଳରେ ଲୋକମାନେ ଚିନ୍ତିତ ହୋଇପଡିଛନ୍ତି । ୨ ଦିନ ତଳେ ଷାଠିବାଙ୍କୁଡା ବୈତରଣୀ ନଦୀବନ୍ଧରେ ୪ଶହ ଫୁଟର ଘାଇ ହୋଇଥିଲା ।

ବେଆଇନ ବାଲି ଉଠାଣ ଯୋଗୁଁ ନଦୀବନ୍ଧ ଧସିଥିବା ଅଭିଯୋଗ ହୋଇଛି । ପୂର୍ବରୁ ବେଆଇନ ବାଲି ଚାଲାଣକୁ ରୋକିବା ଓ ନଦୀବନ୍ଧର ସୁରକ୍ଷା ପାଇଁ ସ୍ଥାନୀୟ ଲୋକେ ବହୁବାର ଦାବି କରିଥିଲେ । ହେଲେ ବାତ୍ୟା ସମୟରେ କେବଳ ବାଲି ବସ୍ତା ପକାଇ ଦାୟିତ୍ୱ ସାରିଦେଇଥିଲା ପ୍ରଶାସନ । ଯାହା ଯୋଗୁଁ ଏବେ ନଦୀବନ୍ଧଟି ଭୁଶୁଡିପଡିଛି ।