ସ୍ମାର୍ଟ ଯୁଗରେ ସ୍ମାର୍ଟ ବିବାହ ! ଲେହେଙ୍ଗା ପରିବର୍ତ୍ତେ ହଟ୍ ପ୍ୟାଣ୍ଟ୍ ପିନ୍ଧି ବେଦୀକୁ ଗଲେ କନ୍ୟା

52

ଏକ ନୂଆ ଜୀବନର ଆରମ୍ଭ ହେଉଛି ବିବାହ । ଏହାକୁ ଚୀରସ୍ମରଣୀୟ କରିବା ପାଇଁ ଉଭୟ ବରପକ୍ଷ ଏବଂ କନ୍ୟାପକ୍ଷ ଅନେକ ପ୍ରସ୍ତୁତି କରିଥାନ୍ତି । ଦିନ ସରିଯାଏ ହେଲେ ପ୍ରସ୍ତୁତି ସରିପାରେ ନାହିଁ । ତେବେ ଝିଅ ମାନେ ଖାସ୍ କରି ନିଜ ସାଜସଜା ଏବଂ ବିବାହ ପୋଷାକକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । କାରଣ ଏହି ଦିନ ସହ ଜଡିତ ପ୍ରତ୍ୟେକଟି ସ୍ମୃତିକୁ ଚିରଦିନ ସାଇତି ରଖିବାକୁ ଚାହାଁନ୍ତି ସେମାନେ ।

ସେମିତି ଏକ ନିଆରା ବିବାହର ଭିଡିଓ ଏବେ ସାମ୍ନାକୁ ଆସିଛି । ଯାହା କେବଳ ବର , କନ୍ୟା ପାଇଁ ନୁହେଁ ବରଂ ପୁରା ଦେଶବାସୀଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିବ । କାରଣ ଏଥିରେ ଯୁବତୀ ଜଣକ ଲେହେଙ୍ଗା ପରିବର୍ତ୍ତେ ଏକ ହଟ୍‌ ପ୍ୟାଣ୍ଟ୍‌ ସହିତ ଲାଲଚୋଲି ପିନ୍ଧି ବିବାହ କରିଛନ୍ତି । ସ୍ମାର୍ଟ ଯୁଗରେ ସ୍ମାର୍ଟ ଝିଅଙ୍କ ଏହି ସ୍ମାର୍ଟ ବିବାହ ଏବେ ଚର୍ଚ୍ଚାରେ  ।

ସୂଚନା ଅନୁସାରେ, ଲେହେଙ୍ଗାର ଓଜନ ୧୫ରୁ ୨୦ କିଲୋଗ୍ରାମ୍‌ ହୋଇଥିବାରୁ ପନ୍ଧିବାକୁ କୁଣ୍ଠାବୋଧ କରିଥିଲେ କନ୍ୟା । ନିଜର ଆରାମକୁ ଆଖି ଆଗରେ ରଖି ସେ ପିନ୍ଧିଥିଲେ ଏହି ହଟ୍‌ପ୍ୟାଣ୍ଟ୍‌ । ଅପରପକ୍ଷରେ ବର ପାରଂପରିକ ପଞ୍ଜାବୀ ବେଶରେ ଥିଲେ । ଉଭୟ ବର ଓ ବଧୂଙ୍କର ଏହି ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି । ତେବେ କେତେକ ଏହାକୁ ନେଇ କୌତୁକିଆ ଟ୍ଵିଟ୍‌ କରିଥିବାବେଳେ ଆଉ କେତେକ ଏହାକୁ ନାପସନ୍ଦ କରିଅଛନ୍ତି । ପରମ୍ପରା ଭଙ୍ଗ କରୁଥିବା ଏହି ଏହି ଘଟଣା ଏବେ ଖୁବ୍ ଆଲୋଚନା ସୃଷ୍ଟି କରିଛି । ତେବେ ଘଟଣାଟି କେଉଁଠାର ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ସୌଜନ୍ୟ : ଜନସତ୍ତା