ପରିବର୍ତ୍ତନ ଅଭିମୁଖେ ଭାରତ ! ଯୌତୁକ ଦାବି କରିବାରୁ ଭାବୀ ସ୍ୱାମୀ ଓ ଶ୍ୱଶୁରଙ୍କୁ ବିବାହ ମଣ୍ଡପରୁ ଜେଲ ପଠାଇଲେ କନ୍ୟା

44

ବିହାରରେ ନୀତିଶଙ୍କ ମଦବନ୍ଦ ନେଇ ତତତ୍ପତା ପରେ ଏବେ ଯୌତୁକ ବନ୍ଦ ନେଇ ମହିଳାଙ୍କ ମଧ୍ୟରେ ସକ୍ରିୟତା ବଢିଯାଇଛି । ମଙ୍ଗଳବାର ରାତି ବିହାରର ଶାନପୁର ଥାନା ଅଞ୍ଚଳର ଢିବରା ଗାଁରେ ଜଣେ କନ୍ୟା ତାଙ୍କର ଭାବି ସ୍ୱାମୀ ଓ ଶ୍ୱଶୁରକୁ ପଠାଇଛନ୍ତି ଜେଲ । କନ୍ୟା ଜଣକ ନିଜେ ପୋଲିସକୁ ଫୋନ କରି ଶ୍ୱଶୁର ଘରଲୋକ ଯୌତୁକ ଦାବି କରୁଥିବା ନେଇ ବିବାହ ମଣ୍ଡପରୁ ପଠାଇଛନ୍ତି ମାମୁଁଘର ।

ଖବର ଅନୁସାରେ ଗୟାର କାଣ୍ଟିରୁ ଖୁବ ଧୁମାଧାମରେ ଆସିଥିଲେ ବରଯାତ୍ରୀ । ବିବାହର ସବୁ ରୀତିନୀତି ମଧ୍ୟ ଆରମ୍ଭ ହୋଇଥିଲା । ବିବାହର ମୁହୂର୍ତ୍ତ ଆସିଲା ପରେ ବର ମଣ୍ଡପରେ ପହଞ୍ଚିଥିିଲ । ପଣ୍ଡିତ ଯେତେବେଳେ ବରକୁ କନ୍ୟା ଗଳାରେ ମଙ୍ଗଳସୂତ୍ର ପିିନ୍ଧେଇବା ପାଇଁ କହିଥିଲେ, ବର ସେତେବଳେ ମଣ୍ଡପରେ ହିଁ ଯୌତୁକ ଟଙ୍କା ମାଗିଲା ।

ଏହାଦେଖି କନ୍ୟାପିତା ପ୍ରଥମେ ବାହାଘର ହୋଇଯାଉ ବୋଲି ଅନୁରୋଧ କରିଥିଲେ । ଏପଟେ ଉଭୟ ପକ୍ଷ ମଧ୍ୟରେ ଯୌତକକୁ ନେଇ ଆରମ୍ଭ ହୋଥଇିଲା ବାକଯୁଦ୍ଧ । ଏପରି ସ୍ଥଳେ କନ୍ୟା ଧୀରେ ଧୀରେ ମଣ୍ଡପରୁ ଓହ୍ଲାଇ ପୋଲିସକୁ ଫୋନ କରି ଡାକିଥିଲେ ଏବଂ ପରେ ବର ଓ ବରପିତାଙ୍କୁ ପୋଲିସର ଜିମା ଦେଇଥିଲେ ।

                            ସୌଜନ୍ୟ-ଅମର ଉଜାଲା