ଅଭିନବ ଉପାୟରେ ବିବାହ : ହେଲମେଟ ପିନ୍ଧାଇ ବରଯାତ୍ରୀଙ୍କୁ ସ୍ୱାଗତ

46

ବିବାହ ଉତ୍ସବକୁ ଆମେ ସାଧାରଣତଃ ଖୁବ ଜାକଜମକରେ ପାଳନ କରିବାପାଇଁ ଚାହିିୁଁ । ମୋଟା ଅଙ୍କର ଯୈାତୁକ,ଭୋଭିଭାତ,ଦାମୀ ଉପହାର ଆଦି ଦେବାନେବା ବିବାହରେ ଏକ ସାଧାରଣ କଥା । ବିବାହ ଉତ୍ସବରେ କନ୍ୟା ଘର ଲୋକ ବରଯାତ୍ରୀଙ୍କ ସ୍ୱାଗତରେ କୈାଣସି କମ୍ କରିବା ପାଇଁ ଚାହାନ୍ତି ନାହିିଁ । ମହଙ୍ଗା ଉପହାର ଦେଇ ବରଯାତ୍ରୀଙ୍କୁ ସ୍ୱାଗତ କରନ୍ତି କନ୍ୟାପକ୍ଷ ଲୋକ ।

କିନ୍ତୁ ନିକଟରେ ମଧ୍ୟପ୍ରଦେଶରେ ନିଆରା ଉପାୟରେ କରା ଯାଇଛି ବାଯାତ୍ରୀଙ୍କ ସ୍ୱାଗତ । ମଧ୍ୟପ୍ରଦେଶର ନୀମଚରେ ଏପରି ଏକ ବିବାହ ହୋଇଛି ଯେଉଁଠି ବରଯାତ୍ରୀଙ୍କ ସ୍ୱାଗତ ମିଠା କିମ୍ବା ସରବତ ଦେଇ ନୁହଁ ବରଂ ହେଲମେଟ ଉପହାର ଦେଇ କରାଯାଇଛି । ନୀମଚ ଜିଲ୍ଲାର ମନାସା ତହସିଲରେ ବିବାହରେ ଆସିଥିବା ବରଯାତ୍ରୀ ଓ ବରକୁ କନ୍ୟାର ମାମୁୁଁ ହେଲମେଟ ଉପହାର ଦେଇଛନ୍ତି ।

ପ୍ରକୃତ କଥା ହେଲା ସଡକ ସୁରକ୍ଷାକୁ ନେଇ ବରଯାତ୍ରୀଙ୍କୁ ସଚେତନ କରାଇବା ପାଇଁ କନ୍ୟାର ମାମୁଁ ଏପରି ଅଭିନବ ଉପାୟରେ ବରଯାତ୍ରୀଙ୍କ ସ୍ୱାଗତ କରିଛନ୍ତି । ହେଲମେଟ ପ୍ରଦାନ ପୂର୍ବରୁ ସେମାନେ ଟ୍ରାଫିକ ପୋଲିସକୁ ମଧ୍ୟ ଏ ନେଇ ସୂଚନା ଦେଇଥିଲେ, ଏଥିପାଇଁ ଟ୍ରାଫିକ ପୋଲିସ ଉକ୍ତ ବିବାହରେ ପହଞ୍ଚି ବରଯାତ୍ରୀଙ୍କୁ ସଡକ ସୁରକ୍ଷା ଉପରେ ସଚେତନ କରାଇଥିଲେ । ଏହାସହ ସେମାନଙ୍କୁ ହେଲମେଟର ମହତ୍ୱ ମଧ୍ୟ ବୁଝାଇଥିଲେ ଓ ଗାଡି ଚଳାଉଥିବା ବେଳ ହେଲମେଟ ପିନ୍ଧି ଗାଡି ଚଳାଇବା ପାଇଁ ପ୍ରେରିତ କରିଥିଲେ ।