ବର ଥିଲା, ବରଯାତ୍ରୀ ଥିଲେ, ନାଚ ଗୀତରେ ଫାଟି ପଡ଼ୁଥିଲା ପୂରା ମାହୋଲ ! ହେଲେ ମଦ୍ୟପ ବରକୁ ଦେଖି ବାହା ହେବାକୁ ମନା କରିଦେଲା କନିଆଁ

ଶିଶୁପାଳ ହୋଇ ଫେରିଲା ବର

680

କନକ ବ୍ୟୁରୋ: ଶିଶୁପାଳ ହୋଇ ଫେରିଲା ବର । ମଦ୍ୟପ ବରର ହାତ ଧରିବାକୁ ମନା କଲା କନିଆଁ । କଳାହାଣ୍ଡି ଜୁନାଗଡ଼ ବ୍ଲକ ଦୁନ୍ଦେଲମାଲ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ବେଦିରେ ମାତାଲ ବରର ହାତ ଧରିବାକୁ କନିଆ ମନା କରିବା ପରେ ଶିଶୁପାଳ ହୋଇ ଫେରିଛି ବର ।

ଧର୍ମଗଡ଼ ସହରର ତ୍ରିନାଥ ନାଏକଙ୍କ ପୁଅ ଅମିତ ନାଏକ ଦୁନ୍ଦେଲମାଲ ଗାଁର ଜଣେ ଯୁବତୀଙ୍କୁ ବିବାହ କରିବାକୁ ଥିବା ବେଳେ ସେ ମଦ କାରଣରୁ ବାହା ହେବାକୁ ମନା କରିଦେଇଥିଲେ । ଏପରିକି ବେଦିରେ ମଧ୍ୟ ମାତାଲ ଅବସ୍ଥାରେ ପହଁଚିଥିଲେ ଅମିତ । ବର ଶିଶୁପାଳ ହେବା ଘଟଣା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ସୃଷ୍ଟି କରିଛି ।