ବିବାହ ଦିନ ବର ପରିବର୍ତ୍ତେ କନ୍ୟା ଆଣିଲେ ବରଯାତ୍ରୀ : ନିଜେ ବସ୍ ଚଳାଇ ମଣ୍ଡପରେ ପହଞ୍ଚିଲେ କନ୍ୟା

42

କୁହାଯାଏ ବିବାହ ସ୍ଵର୍ଗରେ ହିଁ ହେଇଥାଏ, ଯିଏ ଯାହା ହାଣ୍ଡିରେ ଚାଉଳ ପକାଇଥାଏ ତାକୁ ହିଁ ଜୀବନସାଥି ଭାବରେ ପାଇଥାଏ ବୋଲି ଓଡ଼ିଆରେ ଏକ ଢଗ ଅଛି ଓ ଆମ ଦେଶ ଭାରତରେ ବିବାହ ପରମ୍ପରା ଅନ୍ୟ ଦେଶ ଅପେକ୍ଷା ଭିନ୍ନ । ଭାରି ଜାକଜମକ ତଥା ରୀତିନୀତି ଅନୁସାରେ ଭାରତରେ ବିବାହ ସମ୍ପନ୍ନ ହୁଏ । ବନ୍ଧୁବାନ୍ଧବଙ୍କ ଗହଣରେ ଭୋଜିଭାତ ହୋଇ ଖୁବ ଧୁମଧାମରେ ହୁଏ ବିବାହ । ଲୋକ ଗହଳି ସାଙ୍ଗକୁ ବରଯାତ୍ରୀଙ୍କ ନାଚ ବିବାହକୁ ଆଉ ମଜାଦାର କରାଯାଏ ।


ଭାରତରେ ବିବାହ ସମୟରେ ଘୋଡ଼ା ଚଢ଼ି ବର କନ୍ୟା ଘରକୁ ଯାଏ । ଆ ବିବାହ କରି କନ୍ୟାକୁ ନିଜ ଘରକୁ ନେଇକି ଆସେ । କିନ୍ତୁ ଚୀନରେ କିଛି ଏପରି ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଠାରେ କନ୍ୟା କିଛି ନିଆରା ଚିନ୍ତା କରି ନିଜେ ବରଯାତ୍ରୀ ନେଇ ବର ଘରକୁ ବାହାରିିଗଲେ । ସେ ବସରେ ବିବାହ କରିବା ପାଇଁ ପହଞ୍ଚିଥିଲେ । ଆଉ ସବୁଠାରୁ ବଡ଼ କଥା ହେଲା କନ୍ୟା ନିଜେ ବସ ଚଳାଇ ୱେଡ଼ିଙ୍ଗ ହଲ ପହଞ୍ଚିଥିଲେ । ଏହାସହ ରାସ୍ତାରେ ବରକୁ ନେବା ପାଇଁ ମଧ୍ୟ ବସ୍ ମଧ୍ୟ ରୋକିଥିଲେ ।

ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ପୋଷ୍ଟ ହୋଇଛି । କନ୍ୟା ଚଳାଉଥିବା ବସ୍ ବେଲୁନରେ ପରିପୂର୍ଣ୍ଣ ଥିଲା । ବାହାରେ ବରକନ୍ୟାଙ୍କର ସୁନ୍ଦର ଫଟୋ ଲାଗିଥିଲା । ବରକନ୍ୟା ବିବାହା ପୋଷାକରେ ସଜେଇ ହୋଇଥିଲେ । ତେବେ କନ୍ୟା ଏପରି କାହିଁକି କରିଛନ୍ତି ଜାଣିଲେ ଆପଣ ବି ତାଙ୍କର ପ୍ରଶଂସା ନକରି ରହିପାରିବେ ନାହିଁ । କନ୍ୟା କହିଛନ୍ତି, ଏବେ ବିଶ୍ୱରେ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛିି । ତେଣୁ କାର ବଦଳରେ ଅଳ୍ପ ଅଙ୍ଗାରକାମ୍ଳ ନିର୍ଗତ କରୁଥିବା ବସରେ ଯିବାପାଇଁ ସେ ଚିନ୍ତା କରିିଥିଲେ । ତେବେ ତାଙ୍କର ଏହି ପଦକ୍ଷେପ ନେଇ ସମସ୍ତେ ତାଙ୍କର ଭୁରି ଭୁରି ପ୍ରଶଂସା କରୁଛନ୍ତି ।