ଆଜିଠୁ ଗୋଆରେ ଆରମ୍ଭ ହେଉଛି ବ୍ରିକ୍ସ ସମ୍ମିଳନୀ : ଆର୍ଥିକ ଅଭିବୃଦ୍ଧି ଏବଂ ଆତଙ୍କବାଦର ମୁକାବିଲା ରହିବ ମୁଖ୍ୟ ପ୍ରସଙ୍ଗ

34

କନକ ବ୍ୟୁରୋ : ଆଜିଠୁ ଗୋଆରେ ଆରମ୍ଭ ହେଉଛି ବ୍ରିକ୍ସ ସମ୍ମିଳନୀ । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଆର୍ଥିକ ବିକାଶ ଏବଂ ଆତଙ୍କବାଦର ମୁକାବିଲା ମୁଖ୍ୟ ପ୍ରସଙ୍ଗ ହେବାର ସୂଚନା ରହିଛି । ତେବେ ଏହି ସମ୍ମିଳନୀରେ ଭାରତ, ପାକିସ୍ତାନକୁ ଏକଘରିଆ କରିବା ନେଇ ତାର ଆଭିମୁଖ୍ୟ ଉପସ୍ଥାପନ କରିପାରେ ।

ସାର୍କ ସମ୍ମିଳନୀ ବାତିଲ ହେବା ପରେ ପ୍ରଥମ ଥର ପାଇଁ ଏକ ଆର୍ନ୍ତଜାତିକ ସମ୍ମିଳନୀରେ ଭାଗ ନେଉଛି ଭାରତ । ଉରି ଆକ୍ରମଣ ପରେ ସୀମାରେ ଦେଖା ଦେଇଥିବା ଉତେଜନା ଯୋଗୁଁ ପାକିସ୍ତାନ ହେବାକୁ ଥିବା ସାର୍କ ସମ୍ମିଳନୀରେ ଯୋଗ ଦେବ ନାହିଁ ବୋଲି ଘୋଷଣା କରିଥିଲା ଭାରତ ।

ଏହା ପରେ ପରେ ଅନ୍ୟ ସଦସ୍ୟ ରାଷ୍ଟ୍ରମାନେ ମଧ୍ୟ ଏହି ସମ୍ମିଳନୀରୁ ଓହରି ଯାଇଥିଲେ । ଫଳରେ ଇସଲମାବାଦରେ ହେବାକୁ ଥିବା ସାର୍କ ସମ୍ମିଳନୀ ବାତିଲ ହୋଇଥିଲା । ଅନ୍ୟପଟେ ବ୍ରିକ୍ସ ସମ୍ମିଳନୀର ସଦସ୍ୟ ରାଷ୍ଟ୍ରମାନେ ଭାରତର ଆତଙ୍କବାଦ ବିରୋଧୀ ଆଭିମୁଖ୍ୟକୁ ସମର୍ଥନ କରୁଥିବା ସୂଚନା ମିଳିଛି ।