ଲାଞ୍ଚ ନ ଦେଲେ କାମ ବନ୍ଦ ! ହାତଗୁଞ୍ଜା ଦିଅନ୍ତି ୪୫ ପ୍ରତିଶତ ଭାରତୀୟ, ରିପୋର୍ଟର୍ରେ ଆସିଲା ସାଂଘାତିକ ସତ

36

କନକ ବ୍ୟୁରୋ : ପ୍ରତ୍ୟେକ ସରକାରୀ କିମ୍ବା ବେସରକାରୀ କାମ ପାଇଁ ଆପଣଙ୍କୁ ଲାଞ୍ଚ ଦେବାକୁ ପଡ଼େ । ଏହା ଅଳ୍ପ-ବହୁତ ଆମେ ଜାଣିଛୁ । ତେବେ ଟ୍ରାନସପାରେନସି ଇଣ୍ଟରନ୍ୟାସନାଲ୍ ଏହି ସତ୍ୟକୁ ତଥ୍ୟ ସାହାଯ୍ୟରେ ପ୍ରକାଶ କରିଛି ।ଭାରତର ୪୫ ପ୍ରତିଶତ ଲୋକ ନିଜ କାମ ପାଇଁ ଲାଂଚ ଦେଇଛନ୍ତି । ପୂର୍ବ ବର୍ଷ ୪୩ ପ୍ରତିଶତ ଲୋକ ଲାଂଚ ଦେଇଥିବାବେଳେ ଏଥର ଏହା ୨ ପ୍ରତିଶତ ବଢ଼ିଛି । ଆନ୍ତର୍ଜାତୀକ ଦୁର୍ନୀତି ବିରୋଧୀ ଦିବସ ଅବସରରେ ଟ୍ରାନସପରେନସି ଇଣ୍ଟରନ୍ୟାସନାଲ୍ ପକ୍ଷରୁ ଭାରତୀୟମାନଙ୍କ ଉପରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି ।

vlcsnap-2017-12-10-20h42m50s271ଜୟପୁରର ରାଜେନ୍ଦ୍ର ଗୌଡ଼ । ମଡ଼ିକାଲରେ ନିଜ ସ୍ତ୍ରୀ ର ସିଜେରିଂ ଅପରେସନ୍ ପାଇଁ ଡ଼ାକ୍ତରଙ୍କୁ ୪ ହଜାର ଟଙ୍କା ଲାଂଚ ଦେଇଥିବା ସ୍ୱୀକାର କରିଛନ୍ତି । କେବଳ ରାଜେନ୍ଦ୍ର ନୁହନ୍ତି, ଅନେକ ଲୋକ ସରକାରୀ କାମ ପାଇଁ ଲାଂଚ ଦେଉଥିବା ଅଭିଯୋଗ ଆଣୁଛନ୍ତି ।

ଟ୍ରାନସପାରେନ୍ସି ଇଂଟରନାସନାଲ୍ ଗତ ବର୍ଷ ଦେଶର ୧୧ଟି ରାଜ୍ୟରେ ଲାଂଚ କାରବାର ନେଇ ସର୍ଭେ କରିଥିଲା । ଏଥିରୁ ୪୫ ପ୍ରତିଶତ ଲୋକ ଗତ ବର୍ଷକ ମଧ୍ୟରେ ଥରେ କିମ୍ବା ଏକାଧିକ ଥର ଲାଂଚ ଦେଇଥିବା ସ୍ୱୀକାର କରିଛନ୍ତି । ସ୍ଥାନୀୟ ସ୍ତରରେ ୮୪ ପ୍ରତିଶତ ଲାଂଚ କାରବାର ହେଉଥିବା ଜଣାପଡ଼ିଛି । ବିଶେଷକରି ମୁନସିପାଲଟି, ପୋଲିସ୍, ଜମି କାରବାର, ଟେଣ୍ଡର ଇତ୍ୟାଦିରେ ଅଧିକ ଲାଂଚ କାରବାର ହେଉଛି । ସରକାର ଲାଂଚ କାରବାର ରୋକିବା ପାଇଁ ବିଶେଷ ପଦକ୍ଷେପ ନେଉନାହାନ୍ତି ବୋଲି ୫୧ ପ୍ରତିଶତ ବ୍ୟକ୍ତି ମତ ଦେଇଛନ୍ତି । ଏହି ଅବସରରେ ଦେଶରେ ଦିଲ୍ଲୀ ସମେତ ୩୦ଟି ରାଜ୍ୟରୁ ବର୍ତମାନ ୯ଟି ରାଜ୍ୟରେ “ଲୋକାୟୁକ୍ତ’’ ନଥିବା ଜଣାପଡ଼ିଛି ।