ବ୍ରେଟ ଲି’ଙ୍କ ମନର କଥା : ସଚିନଙ୍କୁ ଆଉଟ୍ କଲେ ଆତ୍ମସନ୍ତୋଷ ମିଳେ !

30

କନକ ବ୍ୟୁରୋ : ବିଶ୍ୱର ଜଣେ ମାରାତ୍ମକ ବୋଲର ବ୍ରେଟ ଲି ଏବେ ସଚିନଙ୍କୁ ନେଇ ଖୋଲିଛନ୍ତି କିଛି ନୂଆ ଗୁମର । ବ୍ରେଟ ଲି କହିଛନ୍ତି ,ସଚିନଙ୍କୁ ଆଉଟ କରିବା ପରେ ଯେଉଁ ଶବ୍ଦ ଶୁଭୁଥିଲା ତାହା ତାଙ୍କୁ ଆତ୍ମସନ୍ତୋଷ ଦେଉଥିଲା । ତେବେ ଅଂପାୟାର ଯେତେବେଳେ ନୋ ବଲ କହିଦେଉଥିଲେ ସେହି ଶବ୍ଦ ତାଙ୍କୁ ପସନ୍ଦ ହେଉନଥିଲା । ଗ୍ଲୋବାଲ ହିୟରିଂ ପ୍ରୋଜେକ୍ଟର ଆମ୍ବାସଡର ଥିବା ବ୍ରେଟ ଲି ପିଲାମାନଙ୍କ ସହ ଆଲୋଚନା କଲାବେଳେ ଏହା କହିଛନ୍ତି ।

‘ସଚିନଙ୍କୁ ଆଉଟ୍ କଲେ ଆତ୍ମସନ୍ତୋଷ’ ବ୍ରେଟ ଲି ନିଜ କ୍ୟାରିୟରରେ ୭୬ଟି ଟେଷ୍ଟ ମ୍ୟାଚ ଖେଳି ୩୧୦ଟି ଉଇକେଟ ନେଇଥିଲେ । ୨୦୦୮ରେ ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି ଲି ।