ନରରାକ୍ଷସ ବ୍ରେଟନ ଟରାଣ୍ଟର ଭିତିରିକଥା ! ପାକିସ୍ତାନ ଓ ଉତ୍ତରକୋରିଆ ବୁଲିବା ପରେ ବସା ବାନ୍ଧିଥିଲା ମୌଳବାସୀ ଚିନ୍ତାଧାରା,ମୁସଲମାନଙ୍କ ବିରୋଧରେ ଥିଲା ପ୍ରବଳ ଅସନ୍ତୋଷ ।

641

ନ୍ୟୁଜିଲାଣ୍ଡରେ ନରଂସହାର କରିଥିବା ବ୍ରେଟନ ଟରାଣ୍ଟର ଭିତିରିକଥା । ୨୮ବର୍ଷୀୟ ଟରାଣ୍ଟ ଅଷ୍ଟ୍ରେଲୀୟ ଦକ୍ଷିଣପନ୍ଥୀ ଆତଙ୍କବାଦୀ । ମୁସଲମାନଙ୍କ ଉପରେ ପ୍ରତିଶୋଧ ନେବାକୁ ଚାହୁଁଥିଲା ଏହି ନରରାକ୍ଷସ । ଏହି ଭୟଙ୍କର ଆତଙ୍କବାଦୀ ପୁରା ବିଶ୍ୱକୁ ନିଜ ନାରକୀୟ କାଣ୍ଡର ପ୍ରଚାର ପ୍ରସାର ପାଇଁ ଫେସବୁକରେ ୧୭ମିନିଟର ଲାଇଭ ଭିଡିଓ ଛାଡିଥିଲା । ଏହି ଛାତିଥରା ଦୃଶ୍ୟ ଦେଖିବା ପରେ ମନକୁ ପ୍ରଶ୍ନ ଆସେ କେମିତି ଏତେ ନିର୍ଦ୍ଦୟ ହେଲା ଏହି ନରହନ୍ତା । ଟରାଂଟ ଅଷ୍ଟ୍ରଲିଆ ନିଉ ସାଉଥ ୱେଲ୍ସରେ ରହୁଥିଲା । ଶୁକ୍ରବାର ଆତଙ୍କବାଦୀ ହମଲା କରିବା ପୂର୍ବରୁ ୭୩ପୃଷ୍ଠାର ଏକ ଘୋଷଣାନାମା ଟ୍ୱିଟରରେ ଛାଡିଥିଲା । ଶୀର୍ଷକ ଥିଲା ‘ଦି ଗ୍ରେଟ ରିପ୍ଲେସମେଂଟ’ ।

୭୩ପୃଷ୍ଠାର ଏହି ଘୋଷଣାନାମାରେ ଟରାଂଟ ନିଜକୁ ଜଣେ ସାଧାରିଣ ନାଗରିକ ବୋଲି ଦର୍ଶାଇଛି । ତେବେ ପାକିସ୍ତାନ ଓ ଉତରକୋରିଆ ବୁଲିବା ପରେ ତାର ମାନସିକ ସ୍ଥିତି ଏମିତି ବଦଳି ଯାଇଥିଲା ସେ ସାଧାରଣ ମଣିଷଣୁ ମୃତ୍ୟୁର ସୌଦାଗର ପାଲଟି ଯାଇଥିଲା । ୮ବର୍ଷ ତଳେ କ୍ୟାନସରରେ ତା ବାପାଙ୍କ ମୃତ୍ୟୁ ହୋଇଥିଲା । ଉଚ୍ଚାଭିଳାସୀ ଟରାଂଟ ସାରା ବିଶ୍ୱ ବୁଲିବାକୁ ଚାହୁଁଥିଲା । ବିଟ୍ କଏନ ଟ୍ରେଡିଂରେ କିଛି ପଇସା ମିଳିବା ପରେ ୨୦୧୧ରୁ ସେ ବିଶ୍ୱ ଭ୍ରମଣ ଆରମ୍ଭ କରିଥିଲା । ପାକିସ୍ତାନ, ଉତର କୋରିଆ ଓ ୟୁରୋପର ଏକାଧିକ ଦେଶ ବୁଲିଛି ଟୋରାଂଟ । ଏହି ଭ୍ରମଣ ବେଳେ ତା ସହିତ ଏମିତି କିଛି ଘଟଣା ଘଟିଲା ଯେଉଥିପାଇଁ ତା ମନରେ ମୌଳବାଦୀ ଚିନ୍ତାଧାରା ଜମାଟ ବାନ୍ଧିଲା ବୋଲି ସେ ଲେଖିଛି । ପୁଲିସ ଜାଣିବାକୁ ପାଇଛି ପାକିସ୍ତାନ ଓ ଉତର କୋରିଆ ବୁଲିବା ପରେ ଟରାଂଟ ଇସଲାମ ବିରୋଧୀ ପାଲଟି ଯାଇଥିଲା ।