ଉତ୍ତରପ୍ରଦେଶ ଗୋରଖପୁର ବିଆରଡି ମେଡିକାଲରେ ପୁଣି ଶିଶୁ ମଡକ ! ୭୨ଘଂଟାରେ ୬୧ ଶିଶୁ ମୃତ

33

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଗୋରଖପୁର ବିଆରଡି ମେଡିକାଲରେ ପୁଣି ଶିଶୁ ମଡକ । ଗତ ୭୨ଘଂଟାରେ ୬୧ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ହସ୍ପିଟାଲର ଶିଶୁ ବିଭାଗରେ ଗତ ତିନି ଦିନ ମଧ୍ୟରେ ୬୧ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ଏଥିମଧ୍ୟରୁ ୪୮ଘଂଟା ମଧ୍ୟରେ ୪୨ଜଣ ଶିଶୁ ପ୍ରାଣ ହରାଇଛନ୍ତି । ମେଡିକାଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଗତ ୨୭,୨୮ ଓ ୨୯ତାରିଖରେ ୬୧ଶିଶୁଙ୍କର ମୃତ୍ୟୁ ହୋଇଛି ।

ଏଥିମଧ୍ୟରୁ ଏନସେଫାଲାଇଟିସ ୱାର୍ଡରେ ୧୧, ଏନଆଇସିୟୁରେ ୨୫ ଓ ଶିଶୁ ଚିକିତ୍ସା ବିଭାଗରେ ୨୫ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏନସେଫାଲାଇଟିସ ବ୍ୟତୀତ ନିମୋନିଆରେ ଶିଶୁଙ୍କ ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ତେବେ ଶିଶୁଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଥିବା ଯୋଗୁଁ ହସ୍ପିଟାଲ ଉପରେ ମଧ୍ୟ ଅଧିକ ଚାପ ରହୁଥିବା କର୍ତ୍ତୃପକ୍ଷ କହିଛନ୍ତି ।