ରାସ୍ତାରୁ ରାଂପ ! ଝାଡୁବାଲୀ ବନିଲେ ଟପ୍ ମଡେଲ, ସୋସିଆଲ ମିଡିଆ ହେଲା ସାହା

51

ସୋସିଆଲ ମିଡ଼ିଆ ବର୍ତ୍ତମାନ ସମୟରେ ବହୁତ ଶକ୍ତିଶାଳୀ । କାହାକୁ ମଧ୍ୟ କ୍ଷଣକରେ କୋଟିପତି କରି ଦେଉଛି ଆଉ କାହାକୁ ରାସ୍ତାକୁ ଆଣିବାର ମଧ୍ୟ ଶକ୍ତି ରଖୁଛି । ଏବେ ଆପଣ ଦେଖିପାରୁଥିବେ କେହି ବି କିଛି ବି ଫେସବୁକରେ ଡାଉନଲୋଡ଼ କରିପାରୁଛନ୍ତି । ସୋସିଆଲ ମିଡ଼ିଆ ଯୋଗୁଁ ଏସବୁ ସହଜ ହୋଇପାରୁଛି । ବେଳେ ଦେଖାଯାଉଛି ଲୋକେ କିଛି ବି ଅପଲୋଡ଼ କରି ଦେଉଛନ୍ତି ଆଉ ଦେଖୁ ଦେଖୁ ଭିଡ଼ିଓ କିମ୍ବା ଫଟୋ ଭାଇରାଲ ହୋଇଯାଉଛି । ଏମିତି ହଁ ଏକ କାହାଣୀରେ ବ୍ରାଜିଲର ଜଣେ ଝାଡ଼ୁବାଲୀର । ଯିଏ ଦେଖିବା ପାଇଁ ବହୁତ ସୁନ୍ଦର ହେଲେ ଦାରିଦ୍ରତା ଯୋଗୁଁ ତାଙ୍କୁ ସଡ଼କରେ ଝାଡ଼ୁ ଲଗାଇବା ପାଇଁ ପଡ଼ୁଥିଲା । କିନ୍ତୁ ସୋସିଆଲ ମିଡ଼ିଆ ଯୋଗୁଁ ସେ ଆଜି ବ୍ରାଜିଲର ନାମୀ ସେଲିବ୍ରିଟି ପାଲଟି ଯାଇଛନ୍ତି ।

ରିଟା ମୋଟୋଜ୍ ବ୍ରାଜିଲର ସଡ଼କରେ ଝାଡ଼ୁ ମାରୁଥିଲେ । ତାଙ୍କର ବୟସ ୨୫ ବର୍ଷ । ସବୁଦିନ ପରି ସେ ସଡ଼କରେ ଝାଡ଼ୁ ମାରୁଥିଲେ । ଆଉ ତାଙ୍କର ଏକ ଝାଡୁକରୁଥିବାର ଫଟୋ କେହି ଇଣ୍ଟରନେଟରେ ଅପଲୋଡ଼୍ କରିଦେଇଥିଲା । ଅଳ୍ପ ସମୟେ ମଧ୍ୟରେ ହିଁ ତାଙ୍କ ଫଟୋ ଭାଇରାଲ ହୋଇଗଲା । ତାଙ୍କ ଫଟୋ ଦେଖି ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ଦେଇଥିଲେ । କିଏ କହିଲା ସବୁଠାରୁ ସୁନ୍ଦରୀ ଝାଡୁବାଲୀ ଆଉ କିଏ କହିଲା ଏତେ ସୁନ୍ଦର ଯୁବତୀ କିପରି ଝାଡ଼ୁ ମାରୁଛି । ସମସ୍ତ ମତ ଦେଉଥିଲେ ରିଟା ମନେଲ ଝାଡୁ ଛାଡି ଗ୍ଲାମରସ ଦୁନିଆରେ ରହିବା ଦରକାର ।

କିଛି ଦିନପରେ ରିଟାଙ୍କ ଫଟୋ ଭାଇରାଲ ହୋଇଗଲା ଓ ରିଟା ପ୍ରସିଦ୍ଧ ହେବାରେ ଲାଗିଲେ । ତାଙ୍କୁ ମଡେଲିଙ୍ଗ ପାଇଁ ଅନେକ ଅଫର ମଧ୍ୟ ଆସିଲା । ଏକଥା ଜାଣିଲା ପରେ ରିଟାଙ୍କୁ ବିଶ୍ୱାସ ହେଲା ନାହିଁ । କିନ୍ତୁ ମଡେଲିଙ୍ଗ୍ ପାଇଁ ତାଙ୍କ ପାଖକୁ ସତରେ ଅଫର ଆସିବା ପରେ ତାଙ୍କୁ ବିଶ୍ୱାସ ହେଲା । ଏହାପରେ ଝାଡ଼ୁବାଲୀ ରୀଟାଙ୍କ ଜୀବନରେ ଆସିଲା ପରିବର୍ତ୍ତନ ।

ବର୍ତ୍ତମାନ ରୀଟା ସୋସିଆଲ ମିଡ଼ିଆରେ ସବୁବେଳ ସକ୍ରିୟ ରହୁଛନ୍ତି ଏବଂ ତାଙ୍କର ଗ୍ଲାମରସ ଫଟୋ ପୋଷ୍ଟ କରୁଥାଆନ୍ତି । ଇନଷ୍ଟ୍ରାଗ୍ରମାରେ ତାଙ୍କର ୧ ଲକ୍ଷ ୬୬ ହଜରା ଫଲୋଅର୍ସ ରହିଛନ୍ତି । ସୋସିଆଲ ମିଡ଼ିଆ ଯୋଗୁଁ ଅନେକ ଲୋକଙ୍କ ଜୀବନ ନଷ୍ଟ ହେବାର ଖବର ଆସୁଛି ତଥାପି ରିଟାଙ୍କ କାହାଣୀରୁ ଜଣାପଡୁଛି କିଛି ଲୋକେ ଉପକୃତ ବି ହେଉଛନ୍ତି ।