ଓଡ଼ିଶାର ଅଜଣା ଗାଁର ଦୁଇ ସାହସୀ କୁନି ପିଲାଙ୍କୁ ମୋଦି ଦେଲେ ପୁରସ୍କାର : କୁମ୍ଭୀର ପାଟିରୁ ଭଉଣୀକୁ ବଂଚାଇଥିଲା ୬ ବର୍ଷର ମମତା

26

କନକ ବ୍ୟୁରୋ :  ଓଡ଼ିଶାର ଏକ ଅଖ୍ୟାତ ଗାଁର ଏକ ଗରିବ ପରିବାରର ଝିଅ ଦିନେ ଦିଲ୍ଲୀ ଦରବାରରେ ସମ୍ମାନିତ ହେବ ଏବଂ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ପୁରଷ୍କାର ଦେବେ । ଏହା ହୁଏତ ୬ବର୍ଷର କୁନି ଝିଅ ମମତା କେବେ ଚିନ୍ତା କରିନଥିବେ । ବୟସରେ ସାନ, କିନ୍ତୁ କାମରେ ବୟସ୍କଙ୍କୁ ପଛରେ ପକାଇ ଦେଇଛନ୍ତି । ନିଜ ଜୀବନକୁ ବାଜି ଲଗାଇ ଅନ୍ୟର ଜୀବନ ବଂଚାଇଥିବା ସାହସୀ ମମତାଙ୍କୁ ଆଜି ମିଳିଛି ଜାତୀୟ ସାହସିକତା ପୁରସ୍କାର । ଗତବର୍ଷ ଏପ୍ରିଲ ୬ତାରିଖରେ ଅଦମ୍ୟ ସାହସ ଦେଖାଇ କେନ୍ଦ୍ରାପଡା ଡାଙ୍ଗମାଳ ଗାଁରେ କୁମ୍ଭୀର ମୁହଁରୁ ନିଜ ଭଉଣୀକୁ ବଂଚାଇଥିଲେ ୬ବର୍ଷୀୟ ମମତା ।

ମମତାଙ୍କ ଭଳି ପଂକଜ ମହାନ୍ତଙ୍କ କାହାଣୀ ବି ଖୁବ୍ ରୋମାଂଚକର । ନିଜ ଜୀବନକୁ ବାଜି ଲଗାଇ ତିନି ମହିଳାଙ୍କୁ ବଂଚାଇ ଦେଇଥିଲେ ସାହାସୀ ବାଳକ ପଂକଜ । କେନ୍ଦୁଝର ଚମ୍ପୁଆ ବ୍ଳକ କାଟୁଳିକନା ଗାଁରେ ବୈତରଣୀ ନଦୀରୁ ୩ଜଣଙ୍କୁ ବଂଚାଇ ଦେଇଥିଲେ ଏହି ୧୪ବର୍ଷୀୟ କିଶୋର । ଚୋରାବାଲିରେ ଗୋଡ ଖସି ଯାଇଥିବା ବେଳେ ଜୀବନ ବଂଚାଇ ଦେଲେ ପଂକଜ ।

ମମତା ଓ ପଂକଜଙ୍କ ଏହି କାହାଣୀ ଯେତିକି ରୋମାଂଚକର ସେତିକି ପ୍ରେରଣାଦାୟୀ ମଧ୍ୟ । ଆଉ ଏହି ଦୁଇ କୁନି ପିଲା ଆଜି ଓଡ଼ିଶାକୁ ଗୌରବ ଆଣିଦେଇଛନ୍ତି ।