ସମ୍ମାନ ପାଇଁ ଚାକିରୀକୁ ଲାତ ମାରିଲେ ଯୁବତୀ, ସାରା ଦୁନିଆରେ ହେଉଛି ଚର୍ଚ୍ଚା

247

୨୨ବର୍ଷୀୟ ଝିଅକୁ ଏକ ଟ୍ରାଭେଲ କମ୍ପାନୀକୁ ଚାକିରୀ ପାଇଁ ଯାଏ । ସେଇଠି କମ୍ପାନୀର ସିଇଓ ପାଖାପାଖି ୨ଘଣ୍ଟା ପର୍ଯ୍ୟନ୍ତ ତାର ସାକ୍ଷାତକାର ନିଅନ୍ତି । ଏହି ଲମ୍ବା ଇଣ୍ଟରଭ୍ୟୁ ପରେ ସେ କ୍ୟାବିନରୁ କାନ୍ଦି କାନ୍ଦି ବାହାରେ ଏବଂ ନିଜ ଘର ପର୍ଯ୍ୟନ୍ତ କାନ୍ଦି କାନ୍ଦି ଯାଆନ୍ତି । ସେ ଝିଅ ସାହାସର ସହିତ ତାଙ୍କୁ ପଚରାଯାଇଥିବା ସମସ୍ତ ପ୍ରଶ୍ନ ଓ ଜବାବକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯାହାକୁ ସମସ୍ତେ ପଢ଼ି ତାଙ୍କ ସାହସିକତାର ପ୍ରଂଶସା କରିଛନ୍ତି ।

ସେହି ଝିଅର ନାଁ ଓଲିଭିୟା ବ୍ଲେଡ, ଯିଏ ଜଣେ ଲେଖିକା । ସେ ୱେବ ଆପ୍ଲିକେସନ୍ ୟୁକେ ନାମକ ଏକ ଟ୍ରାଭେଲିଙ୍ଗ ସଫ୍ଟୱେର କମ୍ପାନୀକୁ ଇଣ୍ଟରଭ୍ୟୁ ଦେବା ପାଇଁ ଯାଇଥିଲେ । ଘଣ୍ଟା ଘଣ୍ଟା ଧରି ଚାଲିଥିବା ଇଣ୍ଟରଭ୍ୟୁରେ ସିଇଓ ତାଙ୍କୁ ଏତେ ନୀଚ ସ୍ତରର ବ୍ୟବହାର ଦେଖାନ୍ତି କି, ସେ ରାସ୍ତା ସାରା କାନ୍ଦି କାନ୍ଦି ନିଜ ଘରକୁ ପହଂଚନ୍ତି । କିନ୍ତୁ ଓଲିଭିୟାଙ୍କ ଇଣ୍ଟରଭ୍ୟୁର ପରଦିନ ତାଙ୍କୁ ଚାକିରୀ ମିଳିଯାଏ, ହେଲେ ସେ ସେହି ଚାକିରୀକୁ ମନା କରି ଦିଅନ୍ତି ଓ ତାହାର କାରଣ ସୋସିଆଲ ମିଡିଆରେ ଜଣାନ୍ତି କି, କମ୍ପାନୀର ସିଇଓ କେଉଁ ପ୍ରକାରରେ ତାଙ୍କୁ ଅସମର୍ଥ ସାବ୍ୟସ୍ତ କଲେ ।

ନିକଟରେ ହିଁ ସେ ଅପମାନଜନକ ସଂପର୍କରୁ ସେ ବାହାରିଛନ୍ତି । ଯେଉଁ କାରଣରୁ ସେ ଏହି ନୂଆ ସହରକୁ ସ୍ଥାନାନ୍ତରିତ ହୋଇଥିଲେ ନୂଆ ଜୀବନ ବିତାଇବାକୁ । କିନ୍ତୁ ତାଙ୍କ ଆରମ୍ଭ ଏହି ଇଣ୍ଟରଭ୍ୟୁରୁ ହେଲା ।