ସାହସିକତା ଦେଖାଇଲା କୁକୁର ! ମାଲିକକୁ ବଂଚାଇବା ପାଇଁ ମୁଣ୍ଡରେ ଛୁରାମାଡ ଖାଇଲା ପୋଷା କୁକୁର ।

102

କୁକୁରକୁ ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ ବୋଲି କୁହାଯାଏ । କିଛି ଲୋକ ନିଜ ଘରର ଜଗା ରଖା ପାଇଁ ଘର ବାହାରେ କୁକୁରକୁ ଖାଇବାକୁ ଦେଇ ବାନ୍ଧିଥିବା ବେଳେ ସେ ତାର କାମ ସୁଚାରରୁପେ କରିଥାଏ । ଘରକୁ ଅଜଣା ଲୋକଙ୍କୁ ପଶିବାକୁ ନ ଦେବା ସହ ରାତି ସାରା ଘରର ଜଗା ରଖା କରିଥାଏ ଘରେ ଥିବା ପୋଷା କୁକୁର । ପୂର୍ବରୁ ଘରେ ଥିବା କୁକୁରର ନିଜ ମାଲିକ ପ୍ରତି ସଚ୍ଚୋଟ ପଣିଆର ବିଭିନ୍ନ କାହାଣୀ ସାମ୍ନାକୁ ଆସି ସାରିଛି । ଏବେ ପୁଣି ଏକ ଜର୍ମାନ ସେଫର୍ଡସ୍ କୁକୁର ନିଜ ମାଲିକର ଯେଉଁଭଳି ଭାବରେ ଜୀବନ ବଞ୍ଚାଇଛି, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

ସୂଚନା ମୁତାବକ, ସାଉଥ୍ ଆଫ୍ରିକାରେ ରହୁଥିବା ଗୋନି ଓ୍ଵନ୍ସଲ ନିଜ ପୋଷ କୁକୁର ଡ୍ୟୁକକୁ ନେଇ ବାହାରକୁ ବୁଲି ଯାଇଥିଲେ । ଏହି ସମୟରେ ଗୋନି ତାଙ୍କ ପଛପଟୁ ଜଣେ ଯୁବକ ଛୁରି ଧରି ତାଙ୍କ ପିଛା କରୁଥିବା ଦେଖିଥିଲେ । ଚୋରକୁ ଦେଖି ଡ୍ୟୁକ୍ ତୁରନ୍ତ ଭୁକିବାକୁ ଲାଗିବାରୁ ଅପରାଧିଜଣଙ୍କ ଡ୍ୟୁକ ମୁଣ୍ଡରେ ଛୁରୀ ଭୁଷି ଦେଇଥିଲା । ମୁଣ୍ଡରେ ଛୁରାଘାତ ଖାଇ ମଧ୍ୟ ଅଚେତ୍ ହେବା ପର୍ଯ୍ୟନ୍ତ ଚୋରକୁ ଆକ୍ରମଣ କରି ଚାଲିଥିଲା ଡ୍ୟୁକ୍ । ଚୋର ଡ଼ରରେ ସେଠାରୁ ଯିବା ପରେ ଡ୍ୟୁକ୍ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ଯାଇଥିଲା । ଡ୍ୟୁକ୍ ଏ ଦୁନିଆରେ ଆଉ ନାହିଁ ବୋଲି ଗୋନି ଭାବିଥିବା ବେଳେ ପରେ ଡ଼ାକ୍ତରଖାନା ନିଆଯିବା ପରେ ତା’ ଜୀବନ ବଞ୍ଚାଯାଇ ପାରିଥିଲା । ଏବେ ସେ ସୁସ୍ଥ ଥିବା ବେଳେ ତା’ କାହାଣୀ ଏବେ ଚର୍ଚ୍ଚାରେ ରହିଛି ।