ଯାତ୍ରୀଙ୍କୁ ବଂଚାଇଦେଲା ସାହାସୀ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି । ଚଳନ୍ତା ବସରୁ ଡେଇଁ ଲୁଟେରାଠାରୁ ଛଡାଇ ଆଣିଲେ ବନ୍ଧୁକ । ଗାଡି ଛାଡି ଚମ୍ପଟ ମାରିଲେ ଦୁର୍ବୃତ୍ତ

30

କନକ ବ୍ୟୁରୋ: ଫିଲ୍ମ ଷ୍ଟାଇଲରେ ଲୁଟ୍ । ଲୁଟେରାଙ୍କ ସହ ଧସ୍ତାଧସ୍ତି । ଯାତ୍ରୀବାହୀ ବସକୁ ଅଧ ବାଟରେ ଅଟକାଇ ବନ୍ଧୁକ ଦେଖାଇ ଲୁଟ ପାଇଁ ଉଦ୍ୟମ କରୁଥିବା ବେଳେ ଲୁଟେରାଙ୍କ ସହ ଭିଡିଗଲେ ବସ୍ ଡ୍ରାଇଭର । ନିଜର ଉପସ୍ଥିତ ବୁଦ୍ଧି ଖଟାଇ ବସ ସିଟରୁ ତଳକୁ ଡେଇଁପଡିଥିଲେ ଡ୍ରାଇଭର । ଆଉ ବନ୍ଧୁକ ଦେଖାଇ ବସ ଅଟକାଇବା ପାଇଁ ଉଦ୍ୟମ କରୁଥିବା ଲୁଟେରାଙ୍କୁ କାବୁ କରିନେଇଥିଲେ ।

ଲୁଟେରାଙ୍କ ହାତରେ ବନ୍ଧୁକ ଦେଖି ଡରିନଯାଇ ଅତି ସାହାସର ସହିତ ବନ୍ଧୁକଟିକୁ ଛଡାଇ ଆଣିବାକୁ ଚେଷ୍ଟା କରିଥିଲେ । ଆଉ ଏଥିରେ ସଫଳ ହୋଇଥିଲେ । ଡ୍ରାଇଭରଙ୍କ ସାହାସ ଦେଖି ଯାତ୍ରୀ ମାନେ ତଳକୁ ଓହ୍ଲାଇବା ପରେ ନିଜ ବାଇକ ଛାଡି ଚମ୍ପଟ ମାରିଥିଲେ ଲୁଟେରା । ତେବେ ପୁଲିସ ବନ୍ଧୁକ ଓ ଲୁଟେରା ଛାଡିଯାଇଥିବା ବାଇକ ଜବତ କରିଛି ।

ଭୁବନେଶ୍ୱରରୁ ଗଂଜାମ ଜିଲ୍ଲା କାଦୁଆକୁ ଯାଉଥିଲା ଅମ୍ବିକା ଯାତ୍ରୀବାହୀ ବସ । ମହୀପୁର ନିକଟରେ ୨ ଦୁର୍ବୃତ ପଲସର ଆସି ବନ୍ଧୁକ ଦେଖାଇ ବସଟିକୁ ଅଟକାଇକୁ ଉଦ୍ୟମ କରିଥିଲେ । କିନ୍ତୁ ଡ୍ରାଇଭରଙ୍କ ସାହାସିକତା ଯୋଗୁଁ ଲୁଟ୍ ଉଦ୍ୟମରେ ବିଫଳ ହୋଇଥିଲେ ଦୁର୍ବୃ୍ତ । ଦୁଇ ଦୁର୍ବୃତ ଫେରାର ଥିବା ବେଳେ ପୁଲିସର ଛାନଭିନ ଜାରି ରହିଛି ।