ଏସିଡ୍ ପୀଡିତାଙ୍କ ହାତ ଧରିଲେ ଯୁବକ ! ପଢନ୍ତୁ ଏଭଳି ଏକ ପ୍ରେମୀଯୁଗଳଙ୍କ ରୋମଟାଙ୍କୁରା ଭରା କାହାଣୀ

40

କନକ ବ୍ୟୁରୋ: ପ୍ରେମ ତ ସମସ୍ତେ କରନ୍ତି, ହେଲେ ପ୍ରେମିକାକୁ ପତ୍ନୀ ରୂପରେ ପାଇବା କେତେ ଲୋକଙ୍କ ଭାଗ୍ୟରେ ଜୁଟେ । ଆଉ ପ୍ରେମିକାକୁ ପାଇବା ପାଇଁ ସବୁ ବାଧାବିଘ୍ନକୁ ସାମ୍ନା କରିବାର ସାହାସ୍ କେତେ ପ୍ରେମିକଙ୍କ ଅଛି । ସବୁ ପ୍ରତିକୂଳ ପରିସ୍ଥିତିର ଲଢ଼ି ନିଜ ପ୍ରେମିକାକୁ ସାଥୀ ଭାବରେ ବାଛିଛନ୍ତି ସରୋଜ କୁମାର । ସରୋଜ ବାଛି ଥିବା ସାହସୀ ଝିଅଙ୍କ କାହାଣୀ ବି ବେଶ୍ ରୋମଟାଙ୍କୁରା ।

୨୦୦୯ ମସିହାରେ ପ୍ରମୋଦିନୀ ରାଉଳ ଓରଫ ରାନୀଙ୍କ ଉପରେ ହୋଇଥିଲା ଏସିଡ୍ ଆଟାକ୍ । ଯେଉଁଥିରେ ପ୍ରମୋଦିନୀଙ୍କ ମୁହଁ ପୁରା ଜଳି ଯାଇଥିଲା । ତେବେ ପ୍ରେମର ଦିବସ କୁହାଯାଉଥିବା ଭେଲେନଟାଇନ୍ ଡେ’ରେ ସରୋଜ ଏବଂ ପ୍ରମୋଦିନୀଙ୍କ ନିବନ୍ଧ ହୋଇଛି । ଏବେ ହାତଧରା ଧରି ହୋଇ ଚାଲିବେ ସାରାଜୀବନ । ଏସିଡ୍ ଆଟାକ୍ ପରେ ଏବେ ଦିଲ୍ଲୀରେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ କାମ କରୁଛନ୍ତି ପ୍ରମୋଦିନୀ । ଯେଉଁଠି ସେ ତାଙ୍କ ଭଳି ଏସିଡ୍ ଆକ୍ରମଣର ଶିକାର ହୋଇଥିବା ଯୁବତୀଙ୍କ ପାଇଁ କାମ କରୁଛନ୍ତି ।

ସେହିପରି ସରୋଜ ହେଉଛନ୍ତି ସେବାରେ ଜଣେ ଏମ୍ଆର୍ । ୨୦୧୪ ମସିହାରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଉଭୟଙ୍କ ଦେଖା ହୋଇଥିଲା । ଯେଉଁଠି ପ୍ରମୋଦିନୀଙ୍କ ସହ ସରୋଜଙ୍କ ବନ୍ଧୁତା ଆରମ୍ଭ ହୋଇଥିଲା । ଏହାର ୪ବର୍ଷ ପରେ ପ୍ରେମୀଯୁଗଳ ଏବେ ଜୀବନସାଥୀ ହୋଇଛନ୍ତି ।