ସମାଜ ବଦଳୁଛି…ହେଲେ ବଦଳୁନି ମଣିଷର ମାନସିକତା ! ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଚିକିତ୍ସା ପରିବର୍ତ୍ତେ ଶିଶୁଙ୍କୁ ଦିଆଯାଉଛି ଚେଙ୍କ

85

କନକ ବ୍ୟୁରୋ: ସମାଜ ବଦଳୁଛି। ହେଲେ କେନ୍ଦୁଝର ଜିଲ୍ଲାର ଆଦିବାସୀ ମୁଣ୍ତା ସ˚ପ୍ରଦାୟ ପାଖରେ ପହଞ୍ଚି ପାରୁନାହିଁ ଶିକ୍ଷା, ସ୍ବାସ୍ଥ୍ୟ ଓ ସଚେତନତାର ବାର୍ତ୍ତା। ଏଠାରେ ପରମ୍ପରା ନାମରେ ଶିଶୁଙ୍କୁ ଦିଆଯାଉଛି ନିର‌୍ୟାତନା। ଅନ୍ଧବିଶ୍ବାସକୁ ଜାବୁଡ଼ି ଧରିଥିବା ଏହି ମୁଣ୍ତା ସ˚ପ୍ରଦାୟର ଏକ ଗାଁରେ ପ୍ରାୟ ୫୬ ଜଣ ଶିଶୁଙ୍କୁ ଦିଆଯାଇଛି ଚେଙ୍କ। କେନ୍ଦୁଝର ଜିଲ୍ଲାର ସଦର ବ୍ଲକର ବରଦାପାଳ ପଞ୍ଚାୟତର ରୁଗୁଡି ସାହିର ଏହି ଘଟଣା ସଭ୍ୟ ସମାଜକୁ ବିଚଳିତ କରିବା ପାଇଁ ଯଥେଷ୍ଟ। କେନ୍ଦୁଝର ସଦର ବ୍ଲକରେ ରହିଛି ବରଦାପାଳ ପଞ୍ଚାୟତ ଅନ୍ତର୍ଗତ ରୁଗୁଡି ସାହି। ଏଠାରେ ବସବାସ କରୁଛନ୍ତି ୨୫ ପରିବାର ରୁହନ୍ତି। ସମସ୍ତେ ପ୍ରାୟ ମୁଣ୍ତା ସ˚ପ୍ରଦାୟର। ଏଠାରେ ବିଦ୍ୟାଳୟ ନାହିଁ କି ଅଙ୍ଗନବାଡି କେନ୍ଦ୍ର। ଗାଁ ଠାରୁ ୨କିଲୋମିଟର ଦୂର ଜଙ୍ଗଲୀ ରାସ୍ତାରେ ପିଲାମାନେ ନିକଟସ୍ଥ ବିଦ୍ୟାଳୟ ଏବ˚ ଅଙ୍ଗନବାଡି କେନ୍ଦ୍ରକୁ ଯାଇଥାନ୍ତି। ଏହି କାରଣରୁ ଅଧିକାଂଶ ପିଲା ପାଠ କଣ ଜାଣନ୍ତି ନାହିଁ। ସୁତରା˚ ଶିକ୍ଷା, ସ୍ବାସ୍ଥ୍ୟ ଓ ସଚେତନତା ଅଭାବରୁ ଏଠାକାର ଲୋକଙ୍କ ପିଛା ଛାଡୁନି ଅନ୍ଧବିଶ୍ବାସ।

ସୋମବାର ଦିନ ଏହି ସାହିର ପ୍ରାୟ ୫୬ ଜଣ ଛୋଟ ଛୁଆଙ୍କ ପେଟରେ ଚେଙ୍କ ଦିଆଯାଇଛି। ଆଗାମୀ ଦିନରେ ଛୁଆଙ୍କର କୌଣସି ପେଟ ରୋଗ ନ ହେବା ପାଇଁ ଏହି ଚେଙ୍କ ଦିଆଯାଇଛି ବୋଲି ଗ୍ରାମବାସୀ ମତ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଏହି ଗ୍ରାମର ଶିର ମୁଣ୍ତାଙ୍କର ଦୁଇ ପୁଅ ବାବୁଲି ମୁଣ୍ତା, ଘାସିଆ ମୁଣ୍ତା ଏବ˚ ଝିଅ ପ୍ରତିମା ମୁଣ୍ତାଙ୍କୁ ଚେଙ୍କ ଦିଆଯାଇଛି। ସେହିପରି ପାଣ୍ତବ ମୁଣ୍ତାଙ୍କର ପୁଅ କାନ୍ଦରା, ଅଶୋକ, ମଙ୍ଗୁ ଏବ˚ ଝିଅ କାଞ୍ଚନକୁ ଚେଙ୍କ ଦିଆଯାଇଛି। ସେହିପରି ମାଧ ମୁଣ୍ତାଙ୍କ ପୁଅ ଗଣେଶ, ରାମ, ଲକ୍ଷ୍ମଣଙ୍କୁ ଚେଙ୍କ ଦିଆଯାଇଛି। ତଳ ମୁଣ୍ତାଙ୍କର ଝିଅ କୁନି ଓ ସୁନିଆ, ଗୋପାଳ ମୁଣ୍ତାଙ୍କ ଝିଅ ଶନିବାରୀ, ଜେମା, ଯଶୋଦା, ସବିତାଙ୍କୁ ଚେଙ୍କ ଦିଆଯାଇଛି। ସେହିପରି ମଙ୍ଗଲ ମୁଣ୍ତାଙ୍କର ପୁଅ ଗଣେଶ, ମୁରଲୀ, ରାଜୁ, ଅଗୁ, ଈଶ୍ବରଙ୍କୁ ଚେଙ୍କ ଦିଆଯାଇଥିବା ବେଳେ ରାମଚନ୍ଦ୍ର ମୁଣ୍ତାଙ୍କର ପୁଅ ମିଥୁନ, ମୁକ୍ତା, ଝିଅ ପୂର୍ଣ୍ଣମୀ, ମାନିଙ୍କୁ ଚେଙ୍କ ଦିଆଯାଇଛି।

ଏଥିସହିତ ମାନସି˚ ମୁଣ୍ତାଙ୍କର ପୁଅ ଲକ୍ଷ୍ମୀଧର, ଶିବ, ଝିଅ ମୋନାଲିସା, ଡବର ମୁଣ୍ତାଙ୍କର ପୁଅ ଶୋଭନ, କୁଲୁ, ଗୁଲୁ, ଦଗରା, ଜଟ ମୁଣ୍ତାଙ୍କର ପୁଅ ବିଜୁ, ଝିଅ ମିଲ ଓ ସୋନାଲିଙ୍କୁ ଚେଙ୍କ ଦିଆଯାଇଛି। ସେହିପରି ଦଇବ ମୁଣ୍ତାଙ୍କର ପୁଅ ରାଜେନ, ଜଗତା, ଝିଅ ପୂଜା, ବୁଦ୍ଧୁ ମୁଣ୍ତାଙ୍କର ପୁଅ ମଙ୍ଗୁଳୁ, ସୁନୀଲ, ଭୁକିଲା, ଝିଅ ସଞ୍ଜୁ ମୁଣ୍ତାଙ୍କୁ ଚେଙ୍କ ଦିଆଯାଇଛି। ସେହିପରି ଭୁକିଲା ମୁଣ୍ତାଙ୍କର ପୁଅ ସାଗର, ଝିଅ ସରସ୍ବତୀ, ପିରୁ ମୁଣ୍ତାଙ୍କ ପୁଅ ପବିତ୍ର ମୁଣ୍ତା, ଯାତ୍ରୀ ମୁଣ୍ତାଙ୍କର ପୁଅ ଗୁରୁବା, ଦୀନବନ୍ଧୁ, ନେଙ୍ଗୁଲୁ ମୁଣ୍ତାଙ୍କ ଭଳି ପାଖାପାଖୃ ୫୬ ଜଣଙ୍କୁ ଚେଙ୍କ ଦିଆଯାଇଛି। ଏ ସ˚ପର୍କରେ ଗ୍ରାମର ମଙ୍ଗଲ ମୁଣ୍ତାଙ୍କୁ ପଚାରିବାରୁ ସ˚କ୍ରାନ୍ତିରେ ପେଟରେ ଚେଙ୍କ ଦେଲେ ପେଟ ରୋଗ ହେବ ନାହିଁ ବୋଲି ବିଶ୍ବାସ ରହିଛି। ତେଣୁ ଛୁଆମାନଙ୍କୁ ଚେଙ୍କ ଦିଆଯାଇଛି।