ବ୍ରାଣ୍ଡେଡ କପଡା ପଛର କଳା ସତ ! ଜାଣିବେ ଯଦି କିଣିବା ପୂର୍ବରୁ ଦୁଇଥର ଭାବିବେ ।

18

ଆପଣ ଯେଉଁ ବ୍ରାଣ୍ଡେଡ କପଡା ବଡ ବଡ ମଲ୍ ମାନଙ୍କରୁ କିଣୁଛନ୍ତି ଏହା ପଛରେ ଥିବା ପରିଶ୍ରମ ଏବଂ ଅଣଶୁଣା ସତକୁ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି? ଯଦି ଜାଣିନାହାନ୍ତି ତେବେ ଏହି ରିପୋର୍ଟ ଉପରେ ଟିକେ ନଜର ପକାନ୍ତୁ । ଆମେ ଆଜି ଆପଣଙ୍କୁ ଏହି ବ୍ରାଣ୍ଡେଡ କମ୍ପାନୀମାନଙ୍କର କଳାସତ ବିଷୟରେ ଜ୍ଞାତ କରିବାକୁ ଯାଉଛୁ । ଏକ ରିସର୍ଚ୍ଚ ମୁତାବକ,ଦକ୍ଷିଣ ଭାରତର ସବୁ ସୁତା କାରଖାନା ମାନଙ୍କରେ ଶିଶୁ ଶ୍ରମିକମାନଙ୍କ ଦ୍ୱାରା କାମ କରାଯାଇଥାଏ । ୧୪ ବର୍ଷରୁ କମ୍ ଶିଶୁ ଶ୍ରମିକମାନଙ୍କୁ ଏହି କାରଖାନାରେ କାମ କରାଯିବା ଦେଖାଯାଏ । ଇଣ୍ଡିଆ କମିଟି ଅଫ୍ ଦ ନେଦରଲ୍ୟାଣ୍ଡସ୍ ନାମକ ଏକ ମାନବଧିକାର ସଂସ୍ଥାର ଏକ ସର୍ଭେରୁ ଜଣାପଡିଥିଲା ଯେ ଏଭଳି ୯୦ ପ୍ରତିଶତ କମ୍ପାନୀରେ ବାଳ ଶ୍ରମିକଙ୍କୁ କାମରେ ଲଗାଇ ଦିଆଯାଉଛି । ଏବେ ପ୍ରଶ୍ନ ଏହି ବ୍ରାଣ୍ଡେଡ କମ୍ପାନୀଗୁଡିକ ଉପରେ ଆସୁଛି ଯାହା ମାନବଧିକାର ସଂସ୍ଥାର ଖାତିର ନକରି ଏହି ସୁତା କାରଖାନାରୁ ସୁତା କିଣୁଛନ୍ତି । ରିସର୍ଚ୍ଚରୁ ଜାଣାପଡିଲା ଏହିଭଳି ୭୫୦ କମ୍ପାନୀମାନଙ୍କ ରେ କାମ କରୁଥିବା ଝିଅମାନଙ୍କର ବୟସସୀମା ୧୪ ବର୍ଷରୁ କମ୍ । ଏହି ପିଲାମାନଙ୍କଠାରୁ ଗଧଙ୍କ ଭଳି କାମ ହାସଲ କରାଯାଏ ଏବଂ ତାଙ୍କ ପାରିଶ୍ରମିକକୁ ମଧ୍ୟ ଅଟକ ରଖାଯାଏ । କେବଳ ଏତିକି ନୁହଁ କମ୍ପାନୀ ହଷ୍ଟେଲରେ ଏମାନଙ୍କୁ ବନ୍ଦ କରାଯିବା ସହ ଯୌନ ଉତ୍ପୀଡନ ମଧ୍ୟ ଦିଆଯାଇଥାଏ । ତାମିଲନାଡୁରେ ଦେଢହଜାର କମ୍ପାନୀରେ ପ୍ରାୟ ୨ ରୁ ୪ ଲକ୍ଷ ପିଲା କାମ କରୁଛନ୍ତି । କପଡାରେ ରଙ୍ଗ ଦେବା,ସୁତା କାଟିବା,ବୁଣିବା ଏବଂ ଡ୍ରେସ୍ ତିଆରିରେ ମଧ୍ୟ ଏହି ପିଲାଙ୍କୁ ନିୟୋଜିତ କରାଯାଏ । ତାମିଲନାଡୁର ବିଭିନ୍ନ ଗାଁରୁ ଏହି ପିଲାମାନଙ୍କୁ କାମ କରିବା ପାଇଁ କାରଖାନାକୁ ଅଣାଯାଇଥାଏ । ଏହିଠାରେ କପଡା ପ୍ରସ୍ତୁତ ହୋଇଯିବା ପରେ ଦଶଗୁଣା ଅଧିକ ଦାମରେ ବ୍ରାଣ୍ଡେଡ ମଲ୍ ମାନଙ୍କରେ ବିକ୍ରି ହେବା ପାଇଁ ଯାଏ ଏବଂ ଏହାର ଫାଇଦା କମ୍ପାନୀ ମାଲିକ ଉଠାଇଥାନ୍ତି ।

Comments are closed.