ଓଡ଼ିଶାର ଗଣମାଧ୍ୟମ କ୍ଷେତ୍ରରେ ‘ସମ୍ବାଦ’ ଏକ ଉତ୍ତମ ବ୍ରାଣ୍ଡ୍ : ମୁଖ୍ୟମନ୍ତ୍ରୀ

93

କନକ ବ୍ୟୁରୋ: ସମ୍ବାଦ ପକ୍ଷରୁ ସଫଳ ଉଦ୍ୟୋଗପତିଙ୍କୁ ସମ୍ବାଦ କର୍ପୋରେଟ ଏକ୍ସଲେନ୍ସ -୨୦୧୯ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଛନ୍ତି । ଏବଂ କହିଛନ୍ତି, ଯେ ଆଗାମୀ ଦିନରେ ଓଡ଼ିଶାରେ ଅନେକ ବ୍ରାଣ୍ଡ୍ ସୃଷ୍ଟିହେବେ ଯେଉଁଗୁଡ଼ିକ କେବଳ ଆମ ରାଜ୍ୟର ନୁହେଁ ସାରା ଦେଶର ଗର୍ବ ହୋଇପାରିବେ । ଏପରିକି ଆଧୁନିକ ଜଗତିକରଣ ଯୁଗରେ ଗୋଟିଏ ବ୍ରାଣ୍ଡକୁ ଗଢିବା, ତାହାକୁ ସଫଳ କରିବା ଏକ ଆହ୍ଵାନମୂଳକ କାର୍ଯ୍ୟକ୍ରମ । ଏହି ପ୍ରରିପ୍ରେକ୍ଷୀରେ ଯେଉଁ ଲୋକମାନେ ସଫଳ ବ୍ରାଣ୍ଡ୍ ମାନ ଗଢିପାରିଛନ୍ତି ସେମାନେ ଆମ ସମାଜ ପାଇଁ ଆଦର୍ଶ । ଓଡ଼ିଶାର ବ୍ରାଣ୍ଡଗୁଡ଼ିକୁ ପ୍ରେତ୍ସାହିତ କରିଥିବାରୁ ସେ ସମ୍ବାଦକୁ ଅଭିନନ୍ଦନ ଜଣାଇଥିଲେ । ଏବଂ ଓଡ଼ିଶାର ଗଣମାଧ୍ୟମ କ୍ଷେତ୍ରରେ ସମ୍ବାଦ ନିଜେ ଏକ ଭଲ ବ୍ରାଣ୍ଡ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

Brands-of-Odishaସମ୍ବାଦ ପକ୍ଷରୁ ଆଜି ସଫଳ ଉଦ୍ୟୋଗପତିଙ୍କୁ ସମ୍ମାନିତ କରାଯାଇଛି । ବ୍ରାଣ୍ଡ୍ ଅଫ ଓଡିଶା, ପ୍ରାଇଡ୍ ଅଫ ଇଣ୍ଡିଆ – ସମ୍ବାଦ କର୍ପୋରେଟ ଏକ୍ସଲେନ୍ସ -୨୦୧୯ ପୁରସ୍କାର ୫ଟି ବିଭାଗରେ ୧୭ ଜଣ ଉଦ୍ୟୋଗୀଙ୍କୁ ପୁରସ୍କୃତ କରଯାଇଛି । ପ୍ରଥମ ଥର ପାଇଁ ସିଏସଆର ବର୍ଗରେ ମଧ୍ୟ ପୁରସ୍କାର ପ୍ରଦାନ ନାଲକୋକୁ ଗୋଲ୍ଡ କାଟାଗୋରୀ, ଏମସିଏଲକୁ ପ୍ଲାଣ୍ଟିନମ୍ ଏବଂ ଇମ୍ଫାକୁ ସିଲଭର ବର୍ଗରେ ସମ୍ମାନିତ କରାଯାଇଛି ।

ଏହି ଅବସରରେ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ତଥା ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଓଡ଼ିଶାର ସବୁଠୁ ଭଲ ବ୍ରାଣ୍ଡ । ଓଡ଼ିଶାରେ ଜନ୍ମ ହୋଇ ସେ ସାରା ଦେଶରେ ନାଁ କମାଇଛନ୍ତି । ସେ କହିଛନ୍ତି ଯେ ସମ୍ବାଦ ହେଉଛି ଉତ୍କର୍ଷର ଉପାସକ । ଏଣୁ ଶିଳ୍ପ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ବ୍ରାଣ୍ଡମାନଙ୍କୁ ସମ୍ବାଦ ସ୍ୱୀକୃତି ପ୍ରଦାନ କରୁଛି । ସମ୍ବାଦ ଗ୍ରୁପ ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ ।