ଧିରେ ଧିରେ କୁହୁଳୁଛି ବହ୍ମ ବିଭ୍ରାଟ ନିଆଁ ! କ୍ଷୋଭ ପ୍ରକାଶ କଲେ ଗଜପତି ମହାରାଜ ।
୨୦୧୫ ମସିହାରେ ହୋଇଥିବା ବ୍ରହ୍ମ ବିଭ୍ରାଟ ଘଟଣାକୁ ନେଇ ଅସନ୍ତୋଷର ନିଆଁ ତେଜିବାରେ ଲାଗିଛି ।
କନକ ବ୍ୟୁରୋ: ବ୍ରହ୍ମ ବ୍ରିଭାଟକୁ ନେଇ ମୁହଁ ଖୋଲିଲେ ଗଜପତି ମହାରାଜ । ୨୦୧୫ ମସିହାରେ ହୋଇଥିବା ବ୍ରହ୍ମ ବିଭ୍ରାଟ ଘଟଣାକୁ ନେଇ ଅସନ୍ତୋଷର ନିଆଁ ତେଜିବାରେ ଲାଗିଛି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ। ଦାରୁ ଫିକ୍ସିକୁ ସେ ଆଧ୍ୟାତ୍ମିକ ଚେତନାର ଅଭାବ କହି କ୍ଷୋଭ ପ୍ରକାଶ କରିଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ଗଜପତି ମହାରାଜଙ୍କ କହିବା ମୁତାବକ ସମଗ୍ର ବିଶ୍ୱରେ ଯେତେ ବି ବିଶୃଙ୍ଖଳା ଘଟୁଛି ତାହାର କାରଣ ଅଧ୍ୟାମିକତାର ଅଭାବ। ସବୁ ବିଶୃଙ୍ଖଳାର ମୂଳ କାରଣ ଆଧ୍ୟାତ୍ମିକ ଚେତନାର ଅଭାବ । ଧର୍ମୀୟ ଭାବନାରେ ଧିରେ ଧିରେ ମଣିଷର ଚରିତ୍ର ତଳକୁ ଖସୁଛି। ସେ ପଶୁତ୍ୱ ଆଡକୁ ଆଗେଇ ଚାଲିଛି। ଓଡ଼ିଆ ଜାତି ମହାପ୍ରଭୁଙ୍କଠାରୁ ଦୂରେଇ ଯାଇଛି। ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ରହିଲେ କିଛି ବି ବିଭ୍ରାଟ ହେବନି। ପ୍ରତ୍ୟେକ ଓଡ଼ିଆ ମହାପ୍ରଭୁଙ୍କ ଆଦର୍ଶ ଭକ୍ତ ହେଉ, ସବୁ ସମାଧାନ ହୋଇଯିବ ବୋଲି କହିଛନ୍ତି ଗଜପତି ମହାରାଜ ।
ତେବେ ଗତ ୧୩ ତରିଖ ରାତିରେ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ରହ୍ୱ ବିଭ୍ରାଟ ନେଇ ରିପୋର୍ଟ ପ୍ରକାଶ ପାଇଥିଲା । ୩ଜଣଙ୍କୁ ନେଇ ଗଠିତ ସବ କମିଟି ୩ମାସ ମଧ୍ୟରେ ଦୋଷୀ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିଶ କରିଛନ୍ତି । ବ୍ରହ୍ମ ବିଭ୍ରାଟ ପାଇଁ ୧୧ଜଣ ସେବାୟତଙ୍କୁ ମୁଖ୍ୟତ ଦାୟୀ କରିଥିଲା କମିଟି । ସେମାନଙ୍କ ମମଧ୍ୟରେ ୧୦ ଜଣ ସେବାୟତ ଓ ଜଣେ ମହାରଣ ସେବାୟତ ଅଛନ୍ତି । କମିଟି ତାଙ୍କ ରିପୋର୍ଟରେ କହିଛନ୍ତି ଆବଶ୍ୟକ ପଡିଲେ ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହୋଇପାରିବ ।