ବ୍ରହ୍ମପୁର ବିଧାନସଭା ଆସନ ପାଇଁ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଛନ୍ତି ଶିବଶଙ୍କର ଦାସ ! ଜେଲରେ ଥିବା କାରଣରୁ ସ୍ତ୍ରୀ କରୁଛନ୍ତି ପ୍ରଚାର

591

କନକ ବ୍ୟୁରୋ : ନିର୍ବାଚନକୁ ଆଉ ମାତ୍ର ୧୦ ଦିନ । ଜୋରସୋରରେ ଆରମ୍ଭ ହୋଇଯାଇଛି ପ୍ରଚାର । ଭୋଟ ହାତେଇବାକୁ ଜନତାଙ୍କ ପାଖରେ ପହଚୁଁଛନ୍ତି ନେତା । ଗାଁ ଗାଁ ବୁଲି ଭୋଟ ଭିକ୍ଷା କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ନିର୍ବାଚନ ପୂର୍ବରୁ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିବା ଏକ ସାଧାରଣକ କଥା । ଏବେ ଆସିଛି ନିର୍ବାଚନ ଋତୁ । ନିଜ ଦଳ ଆଡକୁ ଆକର୍ଷତ କରିବା ପାଇଁ ସମସ୍ତେ ଦଳ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଭୋଟରଙ୍କ ମନ କେମିତି ଜିଣିବେ ସେଥିପାଇଁ ପ୍ରାର୍ଥୀ, ନେତା ଓ କର୍ମୀମାନେ ପ୍ରାଣମୂର୍ଛା ଉଦ୍ୟମ ଆରମ୍ଭ କରିଛନ୍ତି। ନିର୍ବାଚନ ସରଗରମ ହେଉଥିବାରୁ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍କଣ୍ଠା ଦେଖା ଦେଇଛି । ବିଭିନ୍ନ ସ୍ଥାନରେ କେଏ କେଉଁଠାରୁ ଜିଣିବ ତାହାକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି ।

ଏହି କ୍ରମରେ ଜେଲରେ ଥିବା ସ୍ୱାମୀଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି ସ୍ତ୍ରୀ । ଜେଲରେ ଥାଇ ନିର୍ବାଚନ ଲଢୁଛନ୍ତି ଶିବଶଙ୍କର ଦାସ । ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢୁଛନ୍ତି ପୂର୍ବତନ ମେୟର ଶିବଶଙ୍କର ଦାସ । ସେ ଜେଲରେ ଥାଇ ନିର୍ବାଚନ ଲଢୁଥିବା ବେଳେ ତାଙ୍କ ସ୍ତ୍ରୀ ତାଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଶିବଶଙ୍କର ବିଜେଡି ଛାଡି ବିଜେପିରେ ମିଶିଥିଲେ । ଏହା ପରେ ସେ ବିଜେପିରେ ସାମିଲ ହୋଇଥିଲେ । କିନ୍ତୁ ବିଜେପିରୁ ଟିକେଟ ନମିଳିବା ପରେ ଏବେ ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଛନ୍ତି ।