ବ୍ରହ୍ମ ବିଭ୍ରାଟ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ ଦେଲେ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

49

କନକ ବ୍ୟୁରୋ : ମହାପ୍ରଭୁଙ୍କ ନବକଳେବର ସମୟରେ ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ । ଶ୍ରୀମନ୍ଦିର ପ୍ରଶାସନ ପାଖରେ ରିପୋର୍ଟ ଦାଖଲ କରିଛନ୍ତି ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର । ଶହେରୁ ଅଧିକ ପୃଷ୍ଠାର ରିପୋର୍ଟରେ ସେଦିନର ଘଟଣାବଳୀ ଉଲ୍କେଖ କରାଯାଇଛି । ବ୍ରହ୍ମ ସଂସ୍ଥାପନ ଦିନ ମନ୍ଦିର ଭିତରେ ୨୮ ଜଣ ସେବାୟତ ଥିବା ବେଳେ ସେମାନେ ଦିନ ୧୨ଟା ଯାଏଁ କଣ କରୁଥିଲେ, ତାହା ଉଲ୍ଲେଖ ରହିଛି ।

କାହିଁକି ବ୍ରହ୍ମ ସ୍ଥାପନରେ ୩ରୁ ୪ ଘଂଟା ବିଳମ୍ବ ହୋଇଥିଲା, ଏହାସହ ବ୍ରହ୍ମ ସଂସ୍ଥାପନ ବେଳର ଯେଉଁ ସବୁ ଫଟୋ ଭାଇରାଲ ହୋଇଥିଲା ତାହା ମିଥ୍ୟା ଓ ଗୁଜବ ବୋଲି କହିଛନ୍ତି ସୁରେଶ ମହାପାତ୍ର । ବ୍ରହ୍ମ ବିଭ୍ରାଟ ଘଟଣାରେ ଦୁଇ ଜଣ ସେବାୟକ ବାପା-ପୁଅଙ୍କ ତୃଟି ପରିଲକ୍ଷିତ ହୋଇଥିଲା । ସେମାନଙ୍କୁ ନିଲମ୍ବିତ କରାଯାଇଥିଲା । ଏସବୁ ବାବଦରେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ତେବେ ସୁରେଶ ମହାପାତ୍ରଙ୍କ ରିପୋର୍ଟକୁ ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ନେବେ ଶ୍ରୀ ମନ୍ଦିର ପ୍ରଶାସନ ।