ବ୍ରହ୍ମଗିରି : ମହିଳାଙ୍କୁ ଫୋନରେ ଅଶ୍ଲୀଳ ବ୍ୟବହାର ଅଭିଯୋଗରେ ଯୁବକଙ୍କୁ ଗାଡି ପଛରେ ବାନ୍ଧି ୨କିଲୋମିଟର ଦୌଡାଇ ଥାନାକୁ ଆଣିଲେ ଲୋକେ

57

କନକ ବ୍ୟୁରୋ : ବ୍ରହ୍ମଗିରିରେ ବର୍ବରତା । ୮ ଦିନ ଧରି ମହିଳାଙ୍କୁ ଫୋନ ଯୋଗେ ଅଶ୍ଲୀଳ ବ୍ୟବହାର ଅଭିଯୋଗରେ ଯୁବକଙ୍କୁ ଅଭିନବ ଦଣ୍ଡ । ଗାଡି ପଛରେ ଚେନରେ ବାନ୍ଧି ୨ କିଲୋମିଟର ଦୌଡାଇ ଥାନାକୁ ଆଣି ପୁଲିସର ଜିମା ଦେଲେ ମହିଳାଙ୍କ ସମ୍ପର୍କୀୟ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବ୍ରହ୍ମଗିରିରେ ।

ସୂଚନା ଅନୁସାରେ ବ୍ରହ୍ମଗିରି ବ୍ଲକରେ ଜଣେ ମହିଳାଙ୍କୁ ଯୁବକ ଜଣଙ୍କ ଫୋନ ଯୋଗେ ହଇରାଣ କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିଲେ । ଏନେଇ ମହିଳା ଜଣଙ୍କ ଘରେ ଜଣାଇବା ପରେ ପରିବାର ଲୋକେ ସେହି ନମ୍ବରକୁ ଟ୍ରାକ କରିଥିଲେ । ତେବେ ଆଜି ସକାଳ ୧୦ଟାରେ ଫୋନ ଟ୍ରାକ କରି ବ୍ରହ୍ମଗିରିରୁ ସମ୍ପୃକ୍ତ ଯୁବକଙ୍କୁ କାବୁ କରିଥିଲେ ମହିଳାଙ୍କ ସମ୍ପର୍କୀୟ । ପରେ ତାଙ୍କୁ ଏକ ବାଇକ୍ ପଛରେ ଲୁହା ଚେନ୍ରେ ବାନ୍ଧି ଗୋପଛକ ଦେଇ ପ୍ରାୟ ୨ କିଲୋମିିଟର ରାସ୍ତା ଦୌଡାଇ ଦୌଡାଇ ଥାନାରେ ଜିମା ଦେଇଛନ୍ତି ଲୋକେ । ବ୍ରହ୍ମଗିରି ପୁଲିସ ମାଡ ଖାଇଥିବା ଯୁବକଙ୍କୁ ଉଦ୍ଧାର କରିବା ସହ ମାଡ ମାରିଥିବା ଯୁବକଙ୍କୁ ମଧ୍ୟ ଅଟକ ରଖିଛି ।