ନବକଳେବର ସମୟରେ ହୋଇଥିଲା ଦାରୁ ଫିକ୍ସିଂ ? ମହାରଣା ସେବାୟତଙ୍କ ବୟାନ ବଢ଼ାଇଲା ବିବାଦ ।

ମହାବାହୁଙ୍କୁ ନେଇ ଲୋକଙ୍କ ବିଶ୍ୱାସ ସହ ସାଂଘାତିକ ଖେଳ ! ମୁହଁଖୋଲିଲେ ମହାରଣା ସେବାୟତ ।

303

କନକ ବ୍ୟୁରୋ: ବହ୍ମ ବିଭ୍ରାଟ ପ୍ରସଙ୍ଗରେ ୧୧ ସେବାୟତଙ୍କୁ ନୋଟିସ୍ ହେବା ପ୍ରସଙ୍ଗ । ବିଶ୍ୱକର୍ମା ସେବାୟତଙ୍କ ସଙ୍ଗୀନ ଅଭିଯୋଗ। ଦାରୁ ଚୟନରେ ହୋଇଥିଲା ଅନିୟମିତତା । ଦାରୁ ପୋଲା ଥିବା ନେଇ ମୁଁ ମୁହଁ ଖୋଲିବାରୁ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ଅଭିଯୋଗ କଲେ ବିଶ୍ୱକର୍ମା ସେବାୟତ କୃଷ୍ଣଚନ୍ଦ୍ର ମହାରଣା । ତେବେ କାର୍ଯ୍ୟାନୁଷ୍ଠାନର ଜବାବ ଉଚିତ୍ ସମୟ ଆସିଲେ ଦେବି ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର ।

ସେପଟେ ଦଇତାପତି ନିଯୋଗର ସହସଂପାଦକ ବିନାୟକ ଦାସମହାପାତ୍ର ମଧ୍ୟ ବ୍ରହ୍ମ ବିଭ୍ରାଟ ନେଇ ପ୍ରତିକ୍ରିୟା ରଖିଛନ୍ତି । ବିନାୟକ କହିଛନ୍ତି ଯେ, ମହାରଣା ସେବାୟତ ପକ୍ଷରୁ ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଗଢ଼ିବାରେ ବିଳମ୍ବ ହୋଇଥିଲା । ଏହାପରେ ପରେ ବ୍ରହ୍ମ ପରିବର୍ତ୍ତନ ନେଇ ସମସ୍ତ ସମସ୍ୟା ଘଟିଥିଲା । ଏହାପରେ ବ୍ରହ୍ମ ଭେଟି ନେଇ ମଧ୍ୟ ଦଇତାପତିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ତେବେ ଏଭଳି କାର୍ଯ୍ୟଯୋଗୁଁ ସାରା ଭାରତରେ ନିନ୍ଦିତ ହେବାକୁ ପଡ଼ିଛି ତେଣୁ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି ବିନାୟକଦାସ ମହାପାତ୍ର ।

ଏହାସହ ବିନାୟକ ଦାସମହାପାତ୍ର ମଧ୍ୟ କୃଷ୍ଣଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି । ମହାରଣା ସେବାୟତ କୃଷ୍ଣଚନ୍ଦ୍ରଙ୍କ ଅଭିଯୋଗ ଭିତ୍ତିହୀନ ଏବଂ ଏଥିରେ କୌଣସି ସତ୍ୟତା ନାହିଁ । ନବକଳେବର ସମୟରେ ଦାରୁ ଚୟନ ସହ ମହାପ୍ରଭୁଙ୍କ ସମସ୍ତ କାର୍ଯ୍ୟ ଠିକ୍ ଭାବେ କରାଯାଇଥିଲା । କୃଷ୍ଣ ମହାରଣା ସେ ସମୟରେ କୌଣସି ପ୍ରକାର ସହଯୋଗ କରୁନଥିଲେ । ଏବଂ ଦାରୁ ଚୟନ ଓ ମୂର୍ତ୍ତି ନିର୍ମାଣରେ କୃଷ୍ଣ ସମ୍ପୂର୍ଣ୍ଣ ଅସହଯୋଗ କରୁଥିଲେ ବୋଲି କୃଷ୍ଣଙ୍କ ଉପରେ ଆରୋପ ଲଗାଇଛନ୍ତି ବିନାୟକ । ତେଣୁ କୃଷ୍ଣ ମହାରଣା ଏଭଳି ଅମୂଳକ କଥା କହିବା ଠିକ୍ ନୁହେଁ ।

ତେବେ ଗତକାଲି ରାତିରେ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ରହ୍ୱ ବିଭ୍ରାଟ ନେଇ ରିପୋର୍ଟ ଆସିଛି । ୩ଜଣଙ୍କୁ ନେଇ ଗଠିତ ସବ କମିଟି ୩ମାସ ମଧ୍ୟରେ ଦୋଷୀ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିଶ କରିଛି । ବ୍ରହ୍ମ ବିଭ୍ରାଟ ପାଇଁ ୧୧ଜଣ ସେବାୟତଙ୍କୁ ମୁଖ୍ୟତ ଦାୟୀ କରାଯାଇଛି । ସେମାନଙ୍କ ମମଧ୍ୟରେ ୧୦ ଜଣ ସେବାୟତ ଓ ଜଣେ ମହାରଣ ସେବାୟତ ଅଛନ୍ତି । କମିଟି ତାଙ୍କ ରିପୋର୍ଟରେ କହିଛନ୍ତି ଆବଶ୍ୟକ ପଡିଲେ ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହୋଇପାରିବ । ମନ୍ଦିର ପ୍ରଶାସନ ଦେଇଥିବା ନୋଟିସର ଉତର ଗ୍ରହଣ ଯୋଗ୍ୟ ନହେଲେ ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ କମିଟି ପରାମର୍ଶ ଦେଇଛି । ପରିଚାଳନା କମିଟି ସଦସ୍ୟ ମହିମୋହନ ତ୍ରିପାଠୀ, ବାବା ସଚିଦାନନ୍ଦ ମହାରାଜ ଓ ସିଦେ୍ଧଶ୍ୱର ମହାପାତ୍ରଙ୍କୁ ନେଇ ଏହି କମିଟି ଗଠନ କରାଯାଇଥିଲା । ତଦନ୍ତ ରିପୋର୍ଟକୁ ସବ୍ କମିଟି ତର୍ଜମା କରିବା ପରେ ନୋଟିସ ହୋଇଥିବା କହିଛି ମନ୍ଦିର ପ୍ରଶାସନ ।