ବ୍ରଜରାଜନଗରରେ ବିଜେପି ବିବାଦ! ରାଧାରାଣୀ କହିଲେ, ଦଳ ଭିତରୁ ଅନ୍ତର୍ଘାତୀ କାର୍ଯ୍ୟ ହିଁ ପରାଜୟର କାରଣ ।

1,307

କନକ ବ୍ୟୁରୋ: ଓଡ଼ିଶାକୁ ଗେରୁଆ ରଙ୍ଗରେ ରଙ୍ଗୀନ କରିବାକୁ ସ୍ୱପ୍ନ ଦେଖିଥିବା ବିଜେପିର ଆଶା ସବୁ ଭାଙ୍ଗି ଚୁରମାର ହୋଇଯାଇଛି । କାହିଁକି ମିଶନ ୧୨୦ ପୂରଣ ହେଲା ନାହିଁ ସେନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଚାଲିଛି ପରାଜୟର ପୋଷ୍ଟମର୍ଟମ । ଆଉ ଏହି ସମୀକ୍ଷା ପରେ ବ୍ରଜରାଜନଗରରେ କାହିଁକି ହାରିଲା ବିଜେପି ସେନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପିର ପରାଜିତ ତଥା ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ।

ରାଧାରାଣୀ କହିଛନ୍ତି କି, ପରାଜୟର କାରଣ ବହୁତ କିଛି ରହିଛି, ଯେମିତି କି ଭଗବାନୀଙ୍କ ଆଶିର୍ବାଦ ନହେବାରୁ ହାରିଗଲି । ଆଉ ବ୍ରଜରାଜନଗର ବିଜେପିର ଅନ୍ତର୍ଘାତୀ କାର୍ଯ୍ୟ ପାଇଁ ମୁଁ ପରାଜିତ ହୋଇଛି । କାରଣ ଗତଥର ୫୧ ହଜାର ଭୋଟ୍ ନେଇ ବିଜୟୀ ହୋଇଥିଲେ । ତେବେ ଚଳିତଥର ୬୮ ହଜାରରୁ ଅଧିକ ଭୋଟ ପାଇଥିଲେ ବି ପରାଜୟ ହୋଇଛି । ଏନେଇ ରାଜ୍ୟ ନେତୃବୃନ୍ଦଙ୍କୁ ଅବଗତ କରାଇଛି , ସେ ସମୀକ୍ଷା କରିବ ଉଚିତ୍ ନିଷ୍ପତି ନେବେ ବୋଲି କହିଛନ୍ତି ରାଧାରାଣୀ ।

ସେହିପରି ବହୁତ କାରଣ ଅଛି ତେବେ ପ୍ରଥମତଃ କଂଗ୍ରେସ ପ୍ରାର୍ଥୀ ଦେଲାନି । ଏବଂ ସିଧାସଳଖ ବିଜେଡି ବିଜେପି ଲଢେଇ ହେଲା । କଂଗ୍ରେସ ଏବଂ ସିପିଆଇ ମେଂଟ ହେଲା । ଯାହା ଆଉ ଏକ କାରଣ ବୋଲି କହିଛନ୍ତି ରାଧାରାଣୀ । ସେହିପରି ବିଜେଡି ଉପରେ ମଧ୍ୟ ପରାଜୟର ଦୋଷ ଲଦିଛନ୍ତି ରାଧାରାଣୀ । କହିଛନ୍ତି କି, କଂଗ୍ରେସ ଭୋଟକୁ ବିଜେଡି ଅର୍ଥ ବଳରେ କିଣିଲା ଏବଂ ଆମେ ଜାଣି ପାରିଲୁ ନାହିଁ । ସମସ୍ତ ବୁଥ ରିଗିଂ କରାଗଲା । ପୋଲିସ ପ୍ରଶାସନ ମଧ୍ୟ ବିଜେଡି ଇଂଗିତରେ ଚାଲୁଥିଲା ବୋଲି ଏଭଳି ପରାଜୟ ଦେଖିବାକୁ ପଡ଼ିଲା ବୋଲି ଅଭିଯୋଗ ଆଣିଛନ୍ତି ରାଧାରାଣୀ ।