ବିଜେଡିର ଦ୍ୱିତୀୟ ଏକାଉଂଟ ନେଇ ପୁଣି ପ୍ରଶ୍ନ ଉଠାଇଲେ ବ୍ରଜ

20

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜୁ ଜନତା ଦଳର ଏକାଉଂଟ ନେଇ ଏବେ ବି ସସପେନସ ଜାରି ରହିଛି । ଗତକାଲି ଦଳର ତିନି ମନ୍ତ୍ରୀ ଓ ବିଧାୟକ ସ୍ପଷ୍ଟୀକରଣ ଦେଇଥିବା ବେଳେ ଆଜି ପୁଣି ଅଭିଯୋଗର ଫର୍ଦ୍ଦ ଧରି ସାମ୍ନାକୁ ଆସିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀ । କହିଛନ୍ତି, ଦଳର ଦୁଇଟି ଏକାଉଂଟ ରହିଛି । ଗୋଟିଏ ଖାତାରୁ ୪୫ ଲକ୍ଷର ହିସାବ ବିଜେଡି ଦେଇଥିବା ବେଳେ ଅନ୍ୟ ଏକ ଆକାଉଂଟରୁ ୪୫ ଲକ୍ଷ ଟ୍ରାନଜାକ୍ସନ ନେଇ ଦଳ ତଥ୍ୟ ଦେଇନାହିଁ । ଯାହାକୁ ନେଇ ଏବେ ରାଜନୀତି ପୁଣି ସରଗରମ ହୋଇଛି ।

ତେବେ ଏତିକିରେ ଅଟକିନି ବ୍ରଜଙ୍କ ଅଭିଯୋଗ ଫର୍ଦ୍ଦ । ଆରଟିଜିଏସରେ ଯେଉଁ ୮ଜଣ ପ୍ରାର୍ଥୀଙ୍କୁ ବିଜେଡି ଟଙ୍କା ଦେଇଛି, ସେ ନେଇ ମଧ୍ୟ ତଥ୍ୟ ଦାବି କରିଛନ୍ତି ବ୍ରଜ ।

ବିଧାନସଭାରେ ବିଜେଡି ଏକାଉଂଟ ନେଇ ବିରୋଧୀ ଦଳ ନେତା ଯେଉଁ ପ୍ରଶ୍ନ ଉଠାଇଥିଲେ ୨୪ଘଂଟା ମଧ୍ୟରେ ତାହାର ଜବାବ ରଖିଥିଲା ଦଳ । ହେଲେ ବ୍ରଜଙ୍କ ଅଭିଯୋଗକୁ ସାମ୍ନା କରିବା ପାଇଁ ଦଳକୁ ଲାଗିଲା ଚାରି ଦିନ । ଏହାରି ଭିତରେ ନଜର ବ୍ରଜଙ୍କ ନୂଆ ଅଭିଯୋଗରେ ଦଳ କେବେ ସ୍ପଷ୍ଟୀକରଣ ରଖିବ, ଆଉ ୪୫ ଲକ୍ଷ ଟଙ୍କାର ରହସ୍ୟ ଉପରୁ ପରଦା ଉଠାଇବ ।