ସବ୍ୟସାଚୀ ଆକାଉଂଟକୁ ବିଜେଡି ଟଙ୍କା

34

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେଡି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ । ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ବ୍ରଜ କିଶୋର କହିଛନ୍ତି-ବିଜେଡି ଆକଉଂଟରୁ ଗିରଫ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ଆକାଉଂଟକୁ ୪୫ ଲକ୍ଷ ଟଙ୍କା ଯାଇଛି । ପ୍ରମାଣ ଦେବାକୁ ଯାଇ ସେ ବିଜେଡିର କେଉଁ ଆକାଉଂଟରୁ ଟଂକା ଯାଇଛି ସେନେଇ ତଥ୍ୟ ରଖିଛନ୍ତି । ଏହି ଆକାଉଂଟରୁ ଗଂଜାମର ଛତ୍ରପୁରରେ ଥିବା ଆଇସିଆଇସିଆଇ ବ୍ୟାଙ୍କର ସବ୍ୟସାଚୀ ପଣ୍ଡାଙ୍କ ଆକାଉଂଟକୁ ଟଙ୍କା ଯାଇଛି ବୋଲି ସେ କହିଛନ୍ତି । ଚେକ୍ ନମ୍ବର ଥିଲା ୪୪୧୬୩୦ । ଏହା ସହ ଘଟଣାର ତଦନ୍ତ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଦେଇଥିବା କହିଛନ୍ତି । ସେପଟେ ବିଜେଡି କହିଛି- ବ୍ରଜଙ୍କ ଅଭିଯୋଗରେ କୌଣସି ଭିତି ନାହିଁ ।