ମାଓନେତାଙ୍କ ପାଖକୁ ଯାଇନି ବିଜେଡି ଟଙ୍କା : ଏବେବି ରହସ୍ୟରେ ୪୫ ଲକ୍ଷ ଟଙ୍କା

56

କନକ ବ୍ୟୁରୋ : ଛତ୍ରପୁର ଆଇସିଆଇସିଆଇ ବ୍ୟାଙ୍କର ଏକାଉଂଟଧାରୀ ସବ୍ୟସାଚୀ ପଣ୍ଡା ମାଓନେତା ନୁହଁନ୍ତି । ବ୍ୟାଙ୍କରେ ତନାଘନା କରିବା ପରେ ଏହି ସୂଚନା ଦେଇଛି ଛତ୍ରପୁର ପୁଲିସ । ଏପରିକି ବିଜେଡି ଏକାଉଂଟରୁ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପାଖକୁ ୪୫ ଲକ୍ଷ ଟଙ୍କା ଆସିବା କଥାକୁ ଖୋଦ୍ ସବ୍ୟସାଚୀ ବି ଖଣ୍ଡନ କରିଛନ୍ତି । ଏକାଉଂଟଧାରୀ ଯଦିଓ ମାଓନେତା ନୁହଁନ୍ତି ବୋଲି ସ୍ପଷ୍ଟ ହୋଇଛି, ତେବେ ଛତ୍ରପୁରର ସବ୍ୟସାଚୀଙ୍କ ଏକାଉଂଟକୁ ଦଳୀୟ ଟଙ୍କା ଟ୍ରାନ୍ସଫର ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ତେବେ ଛତ୍ରପୁର ସବ୍ୟସାଚୀଙ୍କ ଏକାଉଂଟରେ ରହିଛି ୧୧୭୪ ଟଙ୍କା । ସେପଟେ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ଯଦି ବ୍ରଜ ତ୍ରିପାଠୀଙ୍କ ଅଭିଯୋଗ ସତ ପ୍ରମାଣିତ ହୁଏ ତେବେ ସେ ନିଜ ପଦବୀରୁ ଇସ୍ତଫା ଦେବେ ।

ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଭିଯୋଗକାରୀ ପୂର୍ବତନ ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ । କହିଛନ୍ତି, ପୁଲିସ ସରକାରଙ୍କ ଏଜେଂଟ ପାଲଟିଛି । ଯିଏ ଟଂକା ଦିଏ ଓ ନିଏ ସିଏ କେବେ ମାନେନାହିଁ । ତେବେ ବିବାଦ ଆଗକୁ ବଢୁଥିବା ବେଳେ  ବିଜେଡି ନେତାଙ୍କ ପାଖରେ ନାହିଁ ସନ୍ତୋଷଜନକ ଉତର । ସବ୍ୟସାଚୀ ପଣ୍ଡାଙ୍କ ଏକାଉଂଟକୁ ଟଂକା ଯାଇନଥିଲା ବୋଲି ଏଯାଏଁ ନେତା ସ୍ପଷ୍ଟ କରିନାହାଁନ୍ତି । ଯାହା ଅନେକ ପ୍ରଶ୍ନକୁ ସାମ୍ନାକୁ ଆଣିଛି ।

ଏହା ସହ ସବ୍ୟସାଚୀ ଆକାଉଂଟକୁ ବିଜେଡି ଟଙ୍କା