ବଦନାମ୍ ହେଲି, ବନ୍ଦ କଲି ! ବ୍ରଜଙ୍କ ପାଇଁ ବାହାରିଲେ କର୍ମୀ, ତାଳଚେରକୁ କଲେ ଠପ୍

29

ତାଳଚେର : ନିଜ ସଫେଇରେ ବନ୍ଦ ପାଳନ । ତାଳଚେରରେ ବିଜେଡିର ପାୱାର ସୋ । ବିବାଦ ଘେରକୁ ବିଧାୟକ ଆସିବା ପରେ ସମର୍ଥନରେ ବାହାରିଲେ କର୍ମୀ । ୧୨ ଘଂଟା ପାଇଁ ଠପ୍ ହେଲା ତାଳଚେର । ଚାକିରି କରାଇଦେବାକୁ କହି କଲେଜ ପଢୁଆ ଝିଅ ସହ ରାତି ବିତାଇବାକୁ କୁଆଡେ ଅଫର ଦେଇଥିଲେ ତାଳଚେର ବିଜେଡି ବିଧାୟକ । ଆଉ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ରାସ୍ତାକୁ ଓହ୍ଲାଇଛନ୍ତି ସମର୍ଥକ । ବନ୍ଦ ଡାକରା ଦେଇ ସହରକୁ ଅଚଳ କରିଦେଇଛନ୍ତି । ଜୋରଦାର ପ୍ରତିବାଦ କରିଛନ୍ତି କର୍ମୀ । ଏହା ସହ ଉପ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ନାରାବାଜି କରିଛନ୍ତି କର୍ମୀ । ପୁରା ସହରରେ ଥିଲା ଖାଁ ଖାଁ ପରିବେଶ । ପରିବହନ ବ୍ୟବସ୍ଥା ପୁରା ଠପ ହୋଇ ଯାଇଥିଲା । ଅଭିଯୋଗ, ବିଧାୟକଙ୍କ ଚରିତ୍ର ସଂହାର କରାଯାଇଛି । ଏହା ସହ ଜିଲ୍ଲାବାସୀଙ୍କୁ ଜଣାଇଛନ୍ତି ରାଜନୈତିକ ଉଦେଶ୍ୟ ରଖି ବିଧାୟକଙ୍କୁ ଫସାଯାଉଛି ।

ସେପଟେ ପୁଲିସ୍ ଏହି ମାମଲାରେ କେସ ରୁଜ୍ଜୁ କରି ଛାନଭିନ ଆରମ୍ଭ କରିଛି । ଦୋଷୀକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୁଲିସ୍ ଦେଇଛି ପ୍ରତିଶ୍ରୁତି ।

ହେଲେ ପ୍ରଶ୍ନ ଉଠୁଛି ତଦନ୍ତ ଚାଲିଥିବା ବେଳେ ତାଳଚେର ବନ୍ଦ ଡାକରା ଦେବା କେତେ ଯଥାର୍ଥ? ବିଧାୟକ ଯଦି ନିର୍ଦୋଷ, ତେବେ କାହିଁକି ଅଯଥା ବିବାଦ ସୃଷ୍ଟି କରୁଛନ୍ତି? କର୍ମୀଙ୍କ ମାଧ୍ୟମରେ ଚାପ ସୃଷ୍ଟି କରିବାକୁ ଚାହୁଁଛନ୍ତି କି ବିଧାୟକ? ତାଳଚେର ବନ୍ଦ କରି କଣ ପ୍ରମାଣିତ କରିବାକୁ ଚାଲିଛି ଉଦ୍ୟମ? ସତ ଧରାପଡିଯିବା ନେଇ କଣ ବିଧାୟକଙ୍କ ମନରେ ଡର ରହିଛି?

ନଜର ପକାନ୍ତୁ ପୁରା ଚାଟିଂର ବିବାଦୀୟ ଦିଗ ଉପରେ