ଅଧିକ ବଜେଟ୍ ଯୋଗୁଁ ଚର୍ଚ୍ଚାରେ ‘ବହ୍ମାସ୍ତ୍ର’ ! କରଣ ଜୋହରଙ୍କ ସବୁଠାରୁ ମହଙ୍ଗା ସିନେମା

29

ସିନେ ନିର୍ମାତା କରଣ ଜୋହର ତାଙ୍କର ଆଗାମୀ ସିନେମା ‘ବ୍ରହ୍ମାସ୍ତ୍ର’କୁ ନେଇ ଚର୍ଚ୍ଚାରେ ଅଛନ୍ତିି । କାରଣ ଏହି ସିନେମାର ବଜେଟ କରଣଙ୍କ କ୍ୟାରିୟର ସବୁଠାରୁ ବଡ଼ ବଜେଟର ସିନେମା ହେବ । ବ୍ରହ୍ମାସ୍ତ୍ରରେ ବିଗ୍ ବି, ରଣବୀର କପୁର, ଆଲିଆ ଭଟ୍ଟ ପ୍ରମୁଖ ନଜର ଆସିବେ । ଏହା ବ୍ୟତୀତ ଲୋକପ୍ରିୟ ଟିଭି ସୋ’ ‘ନାଗିନ’ରୁ ପ୍ରସିଦ୍ଧି ଲାଭ କରିଥିବା ନାୟିକା ମୌନି ମଧ୍ୟ ସିନେମାରେ ନଜର ଆସିବେ ।

କରଣ ଜେହାର ସିନେମା ପାଇଁ ପ୍ରଥମରୁ ୧୦୦ ରୁ ୧୨୦ କୋଟି ବଜେଟ୍ ରଖିଥିଲେ ଯାହାକୁ ପରେ ବୃଦ୍ଧି କରାଯାଇଛି । ଏହାକୁ ମଧ୍ୟ ସ୍ୱୀକାର କରିଛନ୍ତି ଫିଲ୍ମର ସହ ପ୍ରଯୋଜକ ନମିତ ମାଲହୋତ୍ରା । ପ୍ରଥମେ ଏହି ସିନେମାର ନାମ ଡ୍ରାଗନ ରଖାଯିବ ବୋଲି ସ୍ଥିର ହୋଇଥିଲା । ପରେ ଏହାକୁ ବଦଳାଇ ବହ୍ମାସ୍ତ୍ର ରଖାଗଲ । ୨୦୧୯, ୧୫ ଅଗଷ୍ଟରେ ସିନେମାକୁ ରିଲିଜ କରିବା ପାଇଁ ଟାର୍ଗଟ ରଖାଯାଇଛି । ‘ବ୍ରହ୍ମାସ୍ତ୍ର’ର ନିର୍ଦ୍ଦେଶନା ଦେଉଛନ୍ତି ଅୟାନ୍ ମୁଖାର୍ଜୀ ଯିଏ କି ଆଗରୁ ରଣବୀର କପୁରଙ୍କୁ ନେଇ ‘ଓ୍ଵକ ଅପ୍ ସିଡ୍’ ଏବଂ ‘ ୟେ ଜଓ୍ଵାନି ହେ ଦିଓ୍ଵାନି’ ଭଳି ହିଟ୍ ସିନେମା ତିଆରି କରିଛନ୍ତି ।