ବ୍ରହ୍ମପୁର ଷ୍ଟେସନ୍ ନିକଟରେ ମାଲବାହୀ ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ! କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା

28

କନକ ବ୍ୟୁରୋ : ଲାଇନ୍ଚ୍ୟୁତ ହେଲା ଟ୍ରେନ୍ । ବ୍ରହ୍ମପୁର ଷ୍ଟେସନ୍ ନିକଟରେ ଏକ ମାଲବାହୀ ଟ୍ରେନର ଦୁଇଟି ବଗି ଲାଇନ୍ଚ୍ୟୁତ ହୋଇଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି । ତୁରନ୍ତ ଘଟଣାସ୍ଥଳରେ ପହଁଚି ବିଭାଗୀୟ ଅଧିକାରୀମାନେ ସ୍ଥିତି ଯାଂଚ କରିଛନ୍ତି । ତେବେ କିଛି ସମୟ ପରେ ବ୍ରହ୍ମପୁର-ବିଶାଖାପାଟଣା ରୁଟରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଖୋର୍ଦ୍ଧା ରୋଡ୍ ଷ୍ଟେସନରୁ ଓ୍ଵାଲଟିୟର ଅଭିମୁଖେ ଯାଉଥିବା ଏକ ମାଲଗାଡ଼ିର ଦୁଇଟି ବଗି ବ୍ରହ୍ମପୁରରୁ ଗୋଲନ୍ଥରା ଷ୍ଟେସନ ମଧ୍ୟରେ ଲାଇଡ଼୍ଚୁତ ହୋଇଥିଲା । ତେବେ ଏହି ବଗି ଦୁଇଟି ଖାଲି ଥିଲା । ବଗି ଲାଇନ୍ ଚ୍ୟୁତ ଯୋଗୁଁ କୌଣସି ଧନଜୀବନର କ୍ଷତି ହୋଇ ନାହିଁ । ତେବେ ଟ୍ରାକ୍ କିଛିଟା କ୍ଷତି ହୋଇଥିବାରୁ ସେହି ଲାଇନ୍ରେ ଟ୍ରେନ୍ ଚଳାଚଳ କିଛି ସମୟ ପାଇଁ ବନ୍ଦ ରହିଥିଲା ରେସ୍କ୍ୟୁ ଗାଡ଼ି ପହଞ୍ଚି ବଗି ଦୁଇଟିକୁ ଟ୍ରାକକୁ ଆଣିବା ପରେ ଲାଇନ୍ରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବ ବୋଲି ଜଣାପଡ଼ିଛି ।