ବ୍ରହ୍ମପୁରରେ ଜମୁଛି ଠାକୁରାଣୀ ଯାତ୍ରା ! ପଂଚମ ଦିନରେ ମା’ଙ୍କ ଧର୍ମଧଣ୍ଡା ପ୍ରତିଷ୍ଠା ଉତ୍ସବ

33

କନକ ବ୍ୟୁରୋ : ମା ବୁଢି ଠାକୁରାଣୀ ଯାତ୍ରାର ଆଜି ୫ମ ଦିନ । ପରଂପରା ଅନୁସାରେ କମଳାୱାରି ସାହିରୁ ଏକ ଶୋଭାଯାତ୍ରାରେ ମାଆଙ୍କ ଧର୍ମଝଣ୍ଡା ଆସିବ । ପରେ ମାଆଙ୍କ ଅସ୍ଥାୟୀ ମଣ୍ଡପ ଆଗରେ ଧର୍ମଝଣ୍ଡାକୁ ସ୍ଥାପନ କରାଯିବ । ବିଶ୍ୱାସ ରହିଛି ମା ବୁଢି ଠାକୁରାଣୀଙ୍କ ଏହି ଧର୍ମଝଣ୍ଡାକୁ ପୂଜାର୍ଚ୍ଚନା କରି ମାନସିକ କଲେ ପୁରଣ ହୋଇଥାଏ ।

ଶ୍ରଦ୍ଧାଳୁମାନେ ଧର୍ମଝଣ୍ଡାକୁ ପୂଜାଚ୍ଚ ର୍ନା କରିବା ପରେ ପିଠାପଣା ଲାଗି କରିଥାନ୍ତି । ସେହିପରି ହଳଦୀ ପାଣିରେ ମଧ୍ୟ ଧର୍ମଝଣ୍ଡାକୁ ପୂଜା କରାଯିବାର ପରଂପରା ରହିଛି । ମାଙ୍କୁ ଲାଗି କରାଯାଇଥିବା ହଳଦି ପାଣିକୁ ଆଣି ଘରେ ଶ୍ରଦ୍ଧାଳୁ ରଖନ୍ତି । ଚର୍ମରୋଗ ହେଲେ ମାଙ୍କ ହଳଦିପାଣି ଲଗାଇଲେ ଶୀଘ୍ର ଆରୋଗ୍ୟ ମିଳେ ବୋଲି ବିଶ୍ୱାସ ରହିଛି ।