ବ୍ରହ୍ମପୁରରେ ଏନକାଉଁଟର ! ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧି ସନ୍ତୋଷ ବେହେରା ଆହତ

28

କନକ ବ୍ୟୁରୋ : ବ୍ରହ୍ମପୁରରେ ଏନକାଉଁଟର । ଗଞ୍ଜାମ ଥାନା ରମ୍ଭା ନିକଟରେ ଆଜି ଭୋର ସମୟରେ ହୋଇଛି ଏନକାଉଁଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧି ସନ୍ତୋଷ ବେହେରା ଆହତ ହୋଇଛି । ସନ୍ତୋଷର ଦୁଇ ଗୋଡରେ ଗୁଳି ବାଜିଛି । ତାକୁ ପ୍ରଥମେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ସନ୍ତୋଷ ଠାରୁ ଗୋଟିଏ ୯ ଏମଏମ ପିସ୍ତଲ ଓ ଦୁଇଟି ଜୀବନ୍ତ ଗୁଳି ଓ ଗୋଟିଏ ବାଇକ୍ ଜବତ କରିଛି ପୋଲିସ । ସନ୍ତୋଷର ଘର ରମ୍ଭା ଥାନା ଅନ୍ତର୍ଗତ ଖଣ୍ଡାଦେଉଳି ଗାଁରେ । ସେ ଜଣେ କୁଖ୍ୟାତ ଅପରାଧି ହୋଇଥିବା ବେଳେ ତା ନାଁରେ ବିଭିନ୍ନ ଥାନାରେ ୧୬ରୁ ଅଧିକ ମାମଲା ରହିଥିବା ଜଣାପଡିଛି । ତେବେ ଘଟଣାସ୍ଥଳରୁ ସନ୍ତୋଷର ଅନ୍ୟ ଜଣେ ସହଯୋଗୀ ଫେରାର ହେବାରେ ସକ୍ଷମ ହୋଇଛି ।

encounter

ସେପଟେ କଟକରେ ପୁଣି ଏନକାଉଂଟର । ଚାଉଳିଆଗଂଜ ଥାନା ଅନ୍ତର୍ଗତ ଭଜିମୁଳ ଅଂଚଳରେ ଏହି ଏନକାଉଂଟର ହୋଇଛି । ଏହି ଏନକାଉଂଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଶେଖ କାଲାବାବୁ ଓରଫ ବାବୁ ଖାନ ଏବଂ ଅଲେଖ ରାଉତରାୟ ଓରଫ ଡେଙ୍ଗା ଆହତ ହୋଇଛନ୍ତି । ସେମାନଙ୍କ ପୋଲିସ କଟକ ବଡ ଡାକ୍ତରଖାନାରେ ଭର୍ତି କରିଛି । ଦୁଇ ଜଣଙ୍କ ଗୋଡରେ ଗୁଳି ବାଜିଛି । କାଲାବାବୁ ନାଁରେ ୧୦ରୁ ଅଧିକ ଅପରାଧୀକ ମାମଲା ରହିଛି । ସେହିପରି ଅଲେଖ ବିରୋଧରେ ମଧ୍ୟ ବହୁ ସଂଗୀନ ମାମଲା ସବୁ ଥିବା ପୋଲିସ ପ୍ରକାଶ କରିଛି । ସେମାନଙ୍କ ପାଖରୁ ଗୋଟିଏ ୯ ଏମଏମ ପିସ୍ତଲ ସହ ୨ ରାଉଣ୍ଡ ଗୁଳି ଜବତ ହୋଇଛି । ଏମାନଙ୍କ ଆତଙ୍କବାଦୀ ଲିଙ୍କ୍ ଅଭିଯୋଗରେ ଗିରଫ ରେହମାନଙ୍କ ଭାଇଙ୍କୁ ଗୁଳିକାଣ୍ଡରେ ସମ୍ପର୍କ ଥିବା ପୋଲିସ ସନ୍ଦେହ କରୁଛି । ଚାଉଳିଆଗଂଜ ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡର ମିଳିତ ଅଭିଯାନରେ ଏହି ସଫଳତା ମିଳିଛି ।