ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା ନେଇ ଚଳଚଂଚଳ ବ୍ରହ୍ମପୁର ! ବିରାଟ ପଟୁଆରରେ ୮ ଭଉଣୀଙ୍କ ସହ ଘଟସାହି ପରିକ୍ରମା କଲେ ମା’

46

କନକ ବ୍ୟୁରୋ : ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରାକୁ ନେଇ ଚଳଚଂଚଳ ବ୍ରହ୍ମପୁର । ଧୁମଧାମରେ ଚାଲିଛି ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା । ମା’ଙ୍କ ଆଜ୍ଞାମାଳ ଅସ୍ଥାୟୀ ମଣ୍ଡପରେ ସ୍ଥାପନର ଗୋଟିଏ ଦିନ ବିଶ୍ରାମ ପରେ ମା ଘଟ ପରିକ୍ରମା କରିଛନ୍ତି । ମାଙ୍କ ମୁଖ୍ୟ ଘଟ ସହ ୮ଟି ପାର୍ଶ୍ୱ ଘଟ ରହିଥାଏ । ଏହି ଘଟକୁ ଆଇନା ବନ୍ଧ ସାହିର ଏକ ନିର୍ଦ୍ଦିଷ୍ଟ ପରିବାର ମାଙ୍କ ଘଟକୁ ଚିତ୍ରଣ କରିଥାନ୍ତି ।

ସବୁଥର ପରି ଚଳିତ ବର୍ଷ ମଧ୍ୟ ଦେଶୀ ବେହେରାଙ୍କ ଝର ଅତି ସୁନ୍ଦର ଭାବେ ମାଙ୍କ ଘଟ ସହ ୮ଟି ପାର୍ଶ୍ୱ ଘଟକୁ ଚିତ୍ରଣ କରିଥିଲେ । ଯାତ୍ରାର ବିଧି ଅନୁଯାୟୀ ଫୁଲ ଚାଙ୍ଗୁଡିରେ ଥିବା ମାଙ୍କ ଆଜ୍ଞାମାଳକୁ ଘଟ ଗୁଡିକରେ ସ୍ଥାପନ କଲା ପରେ ଟାହିୟା ଲଗାଇ ଘଟ ଗୁଡିକୁ ସୁସଜ୍ୱିତ କରାଯାଇଥାଏ । ଏହା ପରେ ବିରାଟ ପଟୁଆରରେ ମା ସାଆନ୍ତାଣିଙ୍କ ସହ ୮ ଭଉଣୀ ନଗର ପରିକ୍ରମା କରିଥାନ୍ତି ।

ଏହି ଘଟ ଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥାନ୍ତି । ଉଗ୍ରରୂପିଣୀ ମାଙ୍କୁ ଶାନ୍ତ କରିବା ସହ ନିଜର ମନସ୍କାମନା ପୂରଣ କରିବା ଲାଗି ହଜାର ହାଜର ମହିଳା ହଳଦୀ ପାଣି ସହ ପଂଚାମୃତ ଧରି ଅସ୍ଥାୟୀ ମଣ୍ଡପଠୁ ରାଜାବାଟି ପର୍ଯ୍ୟନ୍ତ ଧାଡିବାନ୍ଧି ଅପକ୍ଷା କରିଥିଲେ ।