ବ୍ରହ୍ମ ବିଭ୍ରାଟର ୩ବର୍ଷ ପରେ କାର୍ଯ୍ୟାନୁଷ୍ଠାନ । ତଦନ୍ତ ରିପୋର୍ଟ ଆଧାରରେ ୧୧ ଜଣଙ୍କୁ ନୋଟିସ୍ ଜାରିକଲା ଶ୍ରୀମନ୍ଦିର ପ୍ରଶାସନ

ନାଁ ନେବାକୁ କୁନ୍ଥୁକୁନ୍ଥୁ ପ୍ରଶାସନ

133

କନକ ବ୍ୟୁରୋ : ପ୍ରକାଶ ପାଇଛି ବ୍ରହ୍ମ ବିଭ୍ରାଟ ତଦନ୍ତ ରିପୋର୍ଟ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୧ଜଣଙ୍କୁ ନୋଟିସ ଜାରି କରା ଯାଇଛି । ଏଥିରେ ୧୦ ଜଣ ଦଇତାପତି ଓ ଜଣେ ମହାରଣା ସେବାୟତ ଥିବା ସୂଚନା ମିଳିଛି । ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ରିପୋର୍ଟ ଆଧାରରେ ଏହି ନୋଟିସ ଜାରି କରିଛି ମନ୍ଦିର ପ୍ରଶାସନ । ତଦନ୍ତ ରିପୋର୍ଟକୁ ସବ୍ କମିଟି ତର୍ଜମା କରିବା ପରେ ନୋଟିସ ହୋଇଥିବା କହିଛି ମନ୍ଦିର ପ୍ରଶାସନ ।

ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ସମୟରେ ହୋଇଥିବା ବ୍ରହ୍ମ ବିଭ୍ରାଟର ରିପୋର୍ଟ ଆସିଛି । ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କ ରିପୋର୍ଟକୁ ତର୍ଜମା କରି ୧୧ ଜଣଙ୍କ ନୋଟିସ୍ କରାଯାଇଛି । ୧୧ ଜଣଙ୍କ ମଧ୍ୟରୁ ୧୦ ଜଣ ଦଇତାପତି ଓ ୧ ମହାରଣା ଥିବା ସୂଚନା ମିଳିଛି । ସେବାରେ ବିଭ୍ରାଟ ଓ କାର‌୍ୟ୍ୟରେ ବିଳମ୍ବ ପାଇଁ ୧୧ ଜଣଙ୍କୁ ନୋଟିସ୍ କରାଯାଇଥିବା ଜଣା ପଡିଛି । କାରଣ ଶ୍ରୀମନ୍ଦିର ନିୟମ ଅନୁଯାଇ କାର‌୍ୟ୍ୟରେ ବିଲମ୍ବ କରିବା ଏକ ଦଣ୍ଡନୀୟ ଅପରାଧ ଅଟେ ।

lord jagannath

ନିୟମ ଅନୁସାରେ ୨୦୧୬ ଜୁନ୍ ୧୫ ମଧ୍ୟ ରାତ୍ରିରେ ବ୍ରହ୍ମ ସଂସ୍ଥାପନ ହେବାରଥିଲା, କିନ୍ତୁ ନୀତିରେ ବିଭ୍ରାଟ ହେବା କାରଣରୁ ଜୁନ୍ ୧୫ ବଦଳରେ ଜୁନ୍ ୧୬ରେ ବ୍ରହ୍ମ ସଂସ୍ଥାପନ ହୋଇଥିଲା । ଏହି କାର‌୍ୟ୍ୟରେ ଜଡିତ ଥିବା ୧୧ ଜଣଙ୍କୁ ନୋଟିସ୍ ହୋଇଥିବା ଜଣା ପଡିଛି । ବ୍ରହ୍ମ ବିଭ୍ରାଟ ଘଟଣା ସେହି ସମୟରେ ସାରା ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କ ମନରେ ଘୋର ଆଘାତ ଦେଇଥିଲା । ରାଜ୍ୟରେ ବିରୋଧି ଦଳ ମଧ୍ୟ ସରକାରଙ୍କୁ ଏଥି ପାଇଁ କଡା ସମାଲୋଚନା କରିଥିଲେ ।