ଅଣସର ପିଣ୍ଡିରେ ଶ୍ରୀଜିଉଙ୍କ ଚିକିତ୍ସା ଚାଲିଥିବା ବେଳେ ଦର୍ଶନ ପାଇଁ ଅଲାରନାଥଙ୍କ ପୀଠରେ ଭକ୍ତଙ୍କ ଗହଳି : ଲାଗି ହେଲା ଭକ୍ତ ଦେଇଥିବା ବ୍ରହ୍ମକମଳ ଫୁଲ

66

କନକ ବ୍ୟୁରୋ : ଅଣସର ଦର୍ଶନ ପାଇଁ ଅଲାରନାଥଙ୍କ ପୀଠରେ ପ୍ରବଳ ଜନସମାଗମ । ଆଜି ଦର୍ଶନର ୧୦ମ ଦିନରେ ବ୍ରହ୍ମଗିରି ଅଲାରନାଥଙ୍କୁ ବ୍ରହ୍ମକମଳ ଲାଗି ହୋଇଛି । ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଶ୍ରୀଜୀଉଙ୍କ ଜ୍ୱର ଚିକିତ୍ସା ଚାଲିଥିବା ବେଳେ ଭୋର୍ ସମୟରୁ ଅଲାରନାଥଙ୍କ ପୀଠରେ ଗହଳି ଦେଖିବାକୁ ମିଳିଥିଲା । ଆଜି ଭୋର ୪ଟାରୁ ଦ୍ୱାର ଫିଟା ପରେ ମଙ୍ଗଳଆଳତି, ଅବକାଶ, ତଡ଼ପଲାଗି ଓ ଚନ୍ଦନ ତୁଳସୀ ଲାଗି ନୀତି ସମ୍ପନ୍ନ ହୋଇଥିଲା । ଏହି ଅବସରରେ ଜଣେ ଭକ୍ତ ନିଜ ବଗିଚାରେ ଫୁଟିଥିବା ବ୍ରହ୍ମକମଳ ଫୁଲ ଅଲାରନାଥଙ୍କୁ ଲାଗି କରିଥିଲେ । ଅନ୍ୟପଟେ ଭକ୍ତଙ୍କ ଦର୍ଶନ ସୁରୁଖୁରୁରେ ସମ୍ପନ୍ନ ହେବାକୁ ବାରିକେଡ୍ ବ୍ୟବସ୍ଥା କରାଯାଇଛି । ଶାନ୍ତିଶୃଂଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ୯ଟି ସିସିଟିଭି ଜରିଆରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯାଇଛି ।

ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଭୋର ୪ଟାରୁ ମନ୍ଦିର ଫିଟା ଯିବା ପୂର୍ବରୁ ଭକ୍ତଙ୍କ ଲମ୍ବା ଧାଡି ବ୍ୟାରିକେଟ୍ ରେ ଲାଗି ରହିଛି । ହଜାର ହଜାର ଶ୍ରଦ୍ଧାଳୁ ଏବେ ଦର୍ଶନ ପାଇଁ ବ୍ୟାରିକେଟ୍ ରେ ଲାଇନରେ ରହି ଦର୍ଶନ କରୁଛନ୍ତି ।