ଅଢେଇ ବର୍ଷ ପରେ ଆସିଲା ବ୍ରହ୍ମବିଭ୍ରାଟ ରିପୋର୍ଟ : ଶ୍ରୀମନ୍ଦିର ପରିଚାଳନା କମିଟି ରେ ହେଲା ଆଲୋଚନା । ରିପୋର୍ଟ ଅନୁଧ୍ୟାନ ପାଇଁ ଗଠନ ହେଲା ୩ ଜଣିଆ କମିଟି

29

କନକ ବ୍ୟୁରୋ : ଦୀର୍ଘ ଅଢେଇ ବର୍ଷ ପରେ ଆସିଲା ବ୍ରହ୍ମବିଭ୍ରାଟ ରିପୋର୍ଟ । ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ରିପୋର୍ଟ ଉପସ୍ଥାପିତ ହୋଇଛି । ତେବେ ଏହି ରିପୋର୍ଟକୁ ଅଧିକ ଅନୁଧ୍ୟାନ କରିବା ପାଇଁ ଏକ ୩ ଜଣିଆ କମିଟି ଗଠିତ ହୋଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସି ଅନୁଧ୍ୟାନ କରି ପରିଚାଳନା କମିଟିକୁ ରିପୋର୍ଟ ଦେବେ ବୋଲି ନିଷ୍ପତି ହୋଇଛି । ଏହି କମିଟି ବୈଠକରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି । ଏପରିକି ୨୦୧୮-୧୯ ପାଇଁ ଏକ ସମତୁଲ ବଜେଟ ଉପସ୍ଥାପିତ ହୋଇଛି । ଏହା ସହ ନାଟମଣ୍ଡପ ମରାମତି ହେବ ଏବଂ ତାହା ପୂର୍ବରୁ ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଖୋଲିବ ବୋଲି ନିଷ୍ପତି ନିଆଯାଇଛି ।