ବ୍ରହ୍ମପୁର ଷ୍ଟେସନରେ ହାଇଭୋଲଟେଜ୍ ଡ୍ରାମା ! ରେଳବାଇ ବିଦ୍ୟୁତ ଖୁଂଟରେ ଚଢି ଯୁବକଙ୍କ ସୁଇସାଇଡ ଧମକ, ଦୁଇ ଘଂଟା ହେଲା ରେଳ ଚଳାଚଳ ପ୍ରଭାବିତ

34

କନକ ବ୍ୟୁରୋ : ବ୍ରହ୍ମପୁର ଷ୍ଟେସନରେ ଏକ ବଡ ଡ୍ରାମା । ରେଳବାଇ ବିଦ୍ୟୁତ ଖୁଂଟରେ ଚଢି ଯୁବକଙ୍କ ସୁଇସାଇଡ ଧମକ । ଯୁବକଙ୍କ ପାଗଳାମି ଯୋଗୁଁ ବ୍ରହ୍ମପୁର ଷ୍ଟେସନରେ ବିଦ୍ୟୁତ୍ ସରବରାହ କାଟି ଦିଆଯାଇଛି । ଷ୍ଟେସନରେ ଅଟକି ରହିଛି ଟ୍ରେନ୍ । ପ୍ରାୟ ଦୁଇ ଘଂଟା ଧରି ଏହି ରୁଟରେ ରେଳ ଚଳାଚଳ ପ୍ରଭାବିତ ହୋଇଛି । ଯୁବକ ଜଣକ ଆସାମ ଅଂଚଳର ବୋଲି ଜଣାପଡିଛି । ଯୁବକଙ୍କୁ ତଳକୁ ଓହ୍ଲାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ରେଳବାଇ କର୍ମଚାରୀ । ମିଳିଥିବା ସୂଚନା ଅନୁସାରେ ଆଜି ସକାଳୁ ବ୍ରହ୍ମପୁର ଷ୍ଟେସନରେ ଏକ ଯୁବକ ବିଦ୍ୟୁତ ଖୁଣ୍ଟ ଉପରେ ଚଢି ଯାଇଥିଲା । ତେବେ ଏହାକୁ ଦେଖିବା ପରେ ରେଲବାଇ କର୍ମଚାରୀମାନେ ବିଦ୍ୟୁତ ସରବରାହ ବନ୍ଦ ରଖିଥିଲେ । ତେବେ ଯୁବକଙ୍କୁ ଖୁଣ୍ଟରୁ ତଳକୁ ଆଣିବାପାଇଂ ପ୍ରୟାସ ଆରମ୍ଭ କରିଥିଲା ବିଭାଗ ।

 

ସେପଟେ ବ୍ରହ୍ମପୁର ଦେଇ ଅନେକ ଦୂରଗାମୀ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିଥାଏ । ହେଲେ ବିଦ୍ୟୁତ ସରବରାହ ବନ୍ଦ ରହିବା କାରଣରୁ ଅନେକ ଟ୍ରେନ ଅଧାବାଟରେ ଅଟକି ରହିଛି ତେଣୁ ଯାତ୍ରୀମାନେ ହଇରାଣ ହେଉଥିବା ସୂଚନା ମିଳିଛି । ବାରମ୍ବାର ଏପରି ଘଟଣା ଦେଖାଯଉଛି । କେଉଁ ସମୟରେ ଟ୍ରେନ ଲାଇନକୁ ଡେଇଁ ଲୋକମାନେ ଆତ୍ମହତ୍ୟା କରୁଛନ୍ତି ତ କେତେବେଳେ ଏପରି ଖୁଣ୍ଟ ଉପରେ ଚଢି ଏପରି ଭାବରେ ଡ୍ରାମା କରୁଛନ୍ତି । ତେବେ ଏହି ଘଟଣା ଜଣାପଡିବା ପରେ ଯୁବକଙ୍କୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଭିଡ ଜମିଥିଲା ।