ଉଦଘାଟନର ତିନି ମାସ ପରେ କାର୍ଯ୍ୟକ୍ଷମ ହୋଇପାରୁନି ବ୍ରହ୍ମପୁର ମଡେଲ ବସଷ୍ଟାଣ୍ଡ ।

23

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍: ଉଦଘାଟନର ତିନି ମାସ ପରେ କାର୍ଯ୍ୟକ୍ଷମ ହୋଇପାରୁନି ବ୍ରହ୍ମପୁର ମଡେଲ ବସଷ୍ଟାଣ୍ଡ୍ ସହରର ଟ୍ରାଫିକ ସମସ୍ୟା ଦୂର କରିବା ଲକ୍ଷ୍ୟରେ ୧୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଏହି ଅତ୍ୟାଧୁନିକ ନୂଆ ବସଷ୍ଟାଣ୍ଡ୍ । ଏହାକୁ ଫେବ୍ରୁଆରି ମାସରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ । କିଛି ରାଜନୈତିକ ବ୍ୟକ୍ତି ଓ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀର ଚକ୍ରାନ୍ତ ଯୋଗୁଁ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇନଥିବା ଅଭିଯୋଗ ହୋଇଛି । ଏବେ ଏହି ମଡେଲ ବସଷ୍ଟାଣ୍ଡ୍ ଆସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ସନ୍ଧ୍ୟା ହେଲେ ଜୁଆ ଖେଳ ଚାଲିବା ସହ ମଦ୍ୟପଙ୍କ ଆସର ଜମୁଛି ଏଠାରେ । ତେବେ ନୂଆ ବସଷ୍ଟାଣ୍ଡ୍ ରେ ଯାତ୍ରୀ ଓହ୍ଲାଇବା ପରେ କିପରି ସୁରୁଖୁରୁରେ ସହରର ବିଭିନ୍ନ ଅଂଚଳକୁ ଯାଇପାରିବେ, ସେ ସୁବିଧା କରାଯିବା ପରେ ବସଷ୍ଟାଣ୍ଡ୍ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ବିଡିଏ କର୍ତୃପକ୍ଷ ।