ଗାଁ କୁ ଗିଳୁଛି ସମୁଦ୍ର

74

ବ୍ରହ୍ମଗିରି : ସମୁଦ୍ର ଆଁରେ ଗାଁ । ଗାଁ ଭିତରେ ଢେଉ ଖେଳୁଛି ସମୁଦ୍ର ପାଣି । ଏହାରି ଭିତରେ ବିପଦ ସଂକୁଳ ଅବସ୍ଥାରେ ବସବାସ କରୁଛନ୍ତି ପୁରୀ ଜିଲ୍ଲା ଚିଲିକା ତଟବର୍ତୀ ଅଂଚଳ ଅରଖକୁଦା ଓ ସାନପାଟଣା ଗାଁର ଲୋକେ । କେତେବେଳେ ଯେ ସମୁଦ୍ର ଆଁରେ ଗାଁଟି ଲୀନ ହୋଇଯିବ  କିଏ କହିବ । ରୁଆନୁ ସମୟରେ ବ୍ରହ୍ମଗିରି ନଙ୍ଗାନାଶିରେ ଏକ ମୁହାଣ ଖୋଲିଛି । ପ୍ରାୟ ୫ଶହ ଫୁଟର ଏହି ମୁହାଁଣ ଦେଇ ଏବେ ଅରଖକୁଦା ଓ ସାନପାଟଣା ଗାଁ ଭିତରକୁ ସମୁଦ୍ର ପାଣି ମାଡୁଛି । ଏମିତି କି ରିଙ୍ଗ ବନ୍ଧକୁ ବି ଡେଉଁଛି ଜୁଆର ।

ଗତକାଲି ଅମବାସ୍ୟା ଥିବାରୁ ପ୍ରବଳ ବେଗରେ ଜୁଆର ଆସି ଗାଁକୁ ସମ୍ପୂର୍ଣ୍ଣ ବୁଡେଇ ଦେଇଛି । ଚିଲିକା କୂଳରେ ଥିବା ମାଟିବନ୍ଧର ସୁରକ୍ଷା ପାଚେରୀ ମଧ୍ୟ ଧୋଇ ଯାଇଛି । ଫଳରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଏହି ଘଟଣାକୁ ଗୁରୁତର ସହ ନେଇଛି ସାମୁଦ୍ରିକ ମତ୍ସ୍ୟଜୀବୀ ବିଭାଗ । ଏକ ଟିମ୍ ଗଠନ କରାଯାଇ ଘଟଣାର ଅନୁଧ୍ୟାନ କରାଯାଉଛି । ଆବଶ୍ୟକ ପଡିଲେ ଗ୍ରାମବାସୀଙ୍କ ଥଇଥାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ମତ୍ସ୍ୟ ସାମୁଦ୍ରିକ ଅଧିକାରୀ ।