୧ହଜାର କୋଟିର ଫିଲ୍ମ, ‘ମହାଭାରତ’କୁ ମୋଦି କଲେ ସମର୍ଥନ !

36

କିଛିଦିନ ହେଲା ଖୁବ୍ ଚର୍ଚ୍ଚାରେ ୧ହଜାର କୋଟିରେ ତିଆରି ହେଉଥିବା ଫିଲ୍ମ ‘ମହାଭାରତ’ । ମୋହନଲାଲଙ୍କ ଆଗାମୀ ଫିଲ୍ମ ଏହି ‘ମହାଭାରତ’ ଏମଟି ବସୁଦେବନ ନାୟରଙ୍କ ଆୱାର୍ଡ ୱିନିଂ ନୋଭେଲ୍ ‘ରନ୍ଦାମୁଜମ୍’ ଉପରେ ଆଧାରିତ । ନିକଟରେ ଏହି ଫିଲ୍ମର ଏପରି ନାମକରଣକୁ ନେଇ କିଛି ହିନ୍ଦୁ ସଂଗଠନର ସମର୍ଥକ ହଙ୍ଗାମା କରିଥିଲେ । ହେଲେ ଜଣାପଡିଛି ଏ ଫିଲ୍ମ ପାଇଁ ସବୁଠୁ ବଡ ସମର୍ଥନ ମିଳିଯାଇଛି ଏବଂ ଏହା ଅନ୍ୟ କେଉଁ ବ୍ୟକ୍ତି ବିଶେଷଙ୍କ ଠାରୁ ନୁହେଁ , ଏହି ସମର୍ଥନ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ମିଳିଛି ।

ଖବର ଅନୁସାରେ , ପ୍ରଧାନମନ୍ତ୍ରୀ ମୋଦି ଫିଲ୍ମର ନିର୍ଦ୍ଦେଶକ ବିଆର୍ ଶେଟ୍ଟିଙ୍କୁ ଚିଠି ଲେଖି ଜଣାଇଛନ୍ତି । ୧ହଜାର କୋଟିର ଏହି ଫିଲ୍ମକୁ ତାଙ୍କର ସମର୍ଥନ ରହିଛି ଏବଂ ଏହା ସହ ପତ୍ରରେ ଲେଖିଛନ୍ତି , ଏହି ଫିଲ୍ମର ରିଲିଜକୁ ସେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।