ବିପିୟୁଟିରେ ପୁଣି ପ୍ରଶ୍ନପତ୍ର ଲିକ୍ : ପରୀକ୍ଷା ପୂର୍ବରୁ ପିଲାଙ୍କ ପାଖରେ ପହଂଚି ଯାଉଛି ପ୍ରଶ୍ନପତ୍ର

49

କନକ ବ୍ୟୁରୋ : ବିପିୟୁଟି ଦ୍ୱାରା ପରିଚାଳିତ ହେଉଥିବା ପରୀକ୍ଷାରେ ପୁଣି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ଇଂଜିନିୟରିଂ କଲେଜର ଥାର୍ଡ ସେମିଷ୍ଟାରର ପ୍ରଶ୍ନପତ୍ର ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀଙ୍କ ପାଖରେ ପହଂଚିଯାଉଥିବା ଅଭିଯୋଗ ହୋଇଛି । ଏନେଇ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆଣିଛନ୍ତି କେଏମବିବି ଇଂଜିନିୟରିଂ କଲେଜର କିଛି ଛାତ୍ର । ପରୀକ୍ଷାର ନିର୍ଘଂଟ ସମୟର ୨୦ ମିନିଟ ପୂର୍ବରୁ ସାମ୍ନାକୁ ଆସୁଛି ପ୍ରଶ୍ନପତ୍ର ।

ଆଜି ମଧ୍ୟ  ସକାଳ ୧୦ଟାରେ ଥିବା ଅବଜେକ୍ଟ ଓରିଏଣଂଟାଲ ପ୍ରଶ୍ନପତ୍ନ ଠିକ ୯.୪୦ରେ ସୋସିଆଲ ମିଡିଆ ମାଧ୍ୟମରେ ସେୟାର ହୋଇଛି । ସେୟାର ହୋଇଥିବା ପ୍ରଶ୍ନପତ୍ରରେ ମଧ୍ୟ ବିପିୟୁଟି ଅଧୀନରେ ଥିବା କଲେଜର କୋଡ ନମ୍ବର ୩୬୪ ରହିଛି । ୩୬୪ କୋଡ ନମ୍ବରର କଲେଜଟି ମଧ୍ୟ ଭୁବନେଶ୍ୱର ଅଧୀନରେ ଥିବା ଜଣାପଡଛିି ।

ଏନେଇ କେଏମବିବି କଲେଜ କତୃପକ୍ଷଙ୍କ ପକ୍ଷରୁ ଖୋର୍ଦ୍ଧା ଥାନାରେ ଏତଲା ଦିଆଯାଇଛି । ପ୍ରଶ୍ନପତ୍ର ଲିକ ଘଟଣାଟିକୁ ବିପିୟୁଟି ଭିସି ଓ ପରୀକ୍ଷା ପରିଚାଳକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏପର୍ଯ୍ୟନ୍ତ ବିବିୟୁଟିଙ୍କ ପକ୍ଷରୁ ଏନେଇ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ପୂର୍ବରୁ ଅନେକ ଥର ବିପିୟୁଟି ପ୍ରଶ୍ନପତ୍ର ଲିକ୍ ହେଉଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –