ଭାରତ ବନ୍ଦ ଯୋଗୁଁ ବିପିୟୁଟି ସେମିଷ୍ଟାର ପରୀକ୍ଷା ଘୁଂଚିଲା ! ଆଜି ହେବାକୁ ଥିଲା ରେଗୁଲାର ଓ ବ୍ୟାକ୍ ପେପର ପରୀକ୍ଷା

17

କନକ ବ୍ୟୁରୋ : ଭାରତ ବନ୍ଦର ପ୍ରଭାବ ପରୀକ୍ଷା ଉପରେ ବି ପଡିଛି । ଘୁଂଚିଯାଇଛି ସେମିଷ୍ଟାର ପରୀକ୍ଷା । ଆଜି ଉଭୟ ରେଗୁଲାର ଓ ବ୍ୟାକ ପେପର ପରୀକ୍ଷା ହେବାକୁ ଥିଲା ପରୀକ୍ଷା । ତେବେ ଭାରତ ବନ୍ଦକୁ ଦୃଷ୍ଟିରେ ରଖି ସେମିଷ୍ଟାର ପରୀକ୍ଷାକୁ ବନ୍ଦ କରାଯାଇଛି । ପରୀକ୍ଷା ତାରିଖ ପରେ ଘୋଷଣା ହେବ ।

ସୂଚନାଯୋଗ୍ୟ  ଅନୁସୂଚିତ ଜାତି/ଜନଜାତି (ଏସସିଏସଟି )ନିର୍ଯାତନା ନିବାରଣ ଆଇନରେ ସଂଶୋଧନ ଆଣି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ବିଭିନ୍ନ ଦଳିତ ସଂଗଠନ ଓ ‘ସମ୍ବିଧାନ ବଚାଓ ସଂଘର୍ଷ କମିଟି’ ସୋମବାର ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହାକୁ ନେଇ ଆଜି ସକାଳୁ ସମ୍ବଲପୁର, ଦେବଗଡ଼, ଅନୁଗୁଳ, କନ୍ଧମାଳ, ଖୋର୍ଦ୍ଧା, କଳାହାଣ୍ଡି ଓ ଢେଙ୍କାନାଳଠାରେ ଦଳିତ ସଙ୍ଗଠନଗୁଡ଼ତକ ପକ୍ଷରୁ ଭାରତ ବନ୍ଦ କରାଯାଇଛି । ସମ୍ବଲପୁର ଠାରେ ଆଜି ସକାଳେ ଦଳିତ ସଙ୍ଗଠନ ପକ୍ଷରୁ ଫାଟକ ଷ୍ଟେସନ ନିକଟରେ ରେଳରୋକ କରାଯାଇଥିଲା । ଆନ୍ଦୋଳନକାରୀମାନେ ରେଳ ଧାଣଣାରେ ବସି ରହିବାରୁ ରେଳଚଳାଚଳ ବାଧାପ୍ରାପ୍ତ ହୋଇଛି ।

ସେହପରି ଅନୁଗୁଳ ଠାରେ ଆନ୍ଦୋଳନକାରୀମାନେ ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତା ଅବାରାଧ କରିଛନ୍ତି । ଫଳରେ ଏହି ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହଛି । ଏତଦ୍‌ ବ୍ୟତୀତ ଖୋର୍ଦ୍ଧାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦଳିତ ସଙ୍ଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇତଇଲା । ଆନ୍ଦୋଳନକାରୀମାନେ ଶୋଭାଯାତ୍ରା କରି ଭାରତ ବନ୍ଦକୁ ସମର୍ଥନ କରିବାକୁ ନିବେଦନ କରିଥିଲେ ଦଳିତ ସଙ୍ଗଠନର ଆନ୍ଦୋଳନ ଯୋଗୁଁ ଖୋର୍ଦ୍ଧା ବସଷ୍ଟାଣ୍ଡକୁ କୌଣସି ବସ ଚଳାଚଳ କରି ନ ଥିଳା । କଳାହାଣ୍ଡି ଓ ଦେବଗଡ଼ରେ ମଧ୍ୟ ଆଜି ଭାରତ ବନ୍ଦ ପାଳନ କରାଯାଉଛି । ଦଳିତ ସଙ୍ଗଠନ ପକ୍ଷରୁ ଟାୟାର ଜାଳି ରାସ୍ତା ଅବରୋଧ କରାଯିବା ସହିତ ଅନୁସୂଚିତ ଜାତି/ଜନଜାତି ନିର୍ଯାତନା ନିବାରଣ ଆଇନରେ ସଂଶୋଧନ ଆଣି ସୁପ୍ରିମକୋର୍ଟ ଦେଇଥିବା ରାୟର ପୁର୍ନବିଚାର ପାଇଁ ଦାବି କରିଛନ୍ତି ।